STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ସ୍ମୃତି ଚିତ୍ର ୟେ ଜୀବନର

ସ୍ମୃତି ଚିତ୍ର ୟେ ଜୀବନର

1 min
250

ମୋ ଗାଆଁ ମଥାର ମୁକୁଟ ସମାନ ସେ ଯେଉଁ ସୁନ୍ଦର ପାହାଡ଼

ଦିଶଇ ଏମିତି ସତେକି ଘୋଡାଇ ରଖିଛି ତା ଛାଇ ଉହାଡ

ପାଦ ଧୋଇଦିଏ ନୀଳାମ୍ବୁ ଚିଲିକା

ଏମିତି ଜନମ ମାଟି ମୋର ନାହଁ ସଂସାରେ ଏପରି ଇଲାକା ।।


ସମ୍ପର୍କ ନଦୀର ତୀରେ ସେ ମୋପ୍ରାଣେ ରେଖାଟେ କି ଅବା ସ୍ମୃତିର

ସେ ରେଖା ଅଲିଭା ଅଭୁଲା ହୃଦୟେ ମୋ ଅଛି ଥିବ ନିରନ୍ତର

ଅବୁଝା ଏ ମନ ତା କଥା ଭାବଇ

ତା ଠାରୁ ଦୂରେ ମୁଁ ପେଟ ପାଇଁ ସିନା ସବୁବେଳେ ମନେ ପଡଇ ।।


ଆଖି ଆଗେ ନାଚେ ତା’ର ପ୍ରତିଚ୍ଛବି ସେ ମୋର ଅଳକା କାନନ

ସେହି ମୋର ମାଆ ମୋ ଜନମ ଭୂଇଁ ସେ ମୋର ସରଗ ଭୁବନ

ଅତି ଆପଣାର ସେ ମୋର ନିଜର

ଦୂରରେ ଥିଲେବି ଡାକେ ଧନ ମୋର ଫେରିଆ କୋଳକୁ ମୋହର ।।


ଅଭୁଲା ଚିତ୍ର ମୋ ଗାଆଁ ମାନ ଚିତ୍ର ମୋ ଆଖିରେ ଚିର ସୁନ୍ଦର

ବଇକୁଣ୍ଠ ସମ ଗାଆଁ ରେ ମୋ ଘର ମାଟିକାନ୍ଥ ନଡା ଛପର

ମାଆ ବାପା ମୋର ଲକ୍ଷ୍ମୀ ନାରାୟଣ

ଗାଆଁ ଭାଇ ଦାଦା ଖୁଡି ଯେତେ ଯେହ୍ନେ ତ୍ରିଦଶାଳୟେ ସୁର ଗଣ ।।


କେତେ ସ୍ନେହ କେତେ ସରାଗ ଆଦର ଭୁଲିହୁଏ ନାହିଁ ମନରୁ

ସେ ଏକ ଅନନ୍ୟ ନିବିଡ଼ ସମ୍ପର୍କ ରହିଅଛି ପିଲା ଦିନରୁ

ଜୀବନ ନାଟକ ରଙ୍ଗମଞ୍ଚ ପରେ

ମହତ୍ତ୍ଵ ଅଧ୍ୟାୟ ପିଲା ବେଳ ଗାଆଁ ୟେ ସ୍ମୃତି ଚିତ୍ର ଜୀବନରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍