STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ସ୍ମୃତି ଚାରଣ

ସ୍ମୃତି ଚାରଣ

1 min
186


କବୀର ସାର ସଂସାରେ ନାମ, ବାକି ସମସ୍ତ ଜଞ୍ଜାଳ, 

ଆଦି ଅନ୍ତରେ ନାମ ପ୍ରଥମ, ଦ୍ୱିତୀୟରେ ଦେଖ କାଳ ।

ତିନି ଲୋକରେ ରାମ ତିଳକ, ସବୁ ତିଳକଠୁ ସାର, 

କବୀର ତାହା ମସ୍ତକେ ଦିଏ, ବଢେ଼ ଶୋଭା ଅପାର ।

ନେବୁ ଯଦି ନେ ହରିଙ୍କ ନାମ, ଦେଲେ ଦେ ତୁ ଅନ୍ନଦାନ,

ମୋକ୍ଷ ନିମନ୍ତେ ଆତ୍ମା ଅର୍ପଣ, ବୁଡ଼ିବାକୁ ଗର୍ବ ମାନ ।

ଦୁଃଖରେ ମନେ ପକାନ୍ତି ସବୁ, ସୁଖରେ ପକାଏ କିଏ,

ସୁଖରେ ମନେ ପକାଏ ଯିଏ, ଦୁଃଖ କାହିଁକି ତା ହୁଏ ।

ମାଳା ଗଡ଼ାଏ ହାତରେ ଧରି, ଜିଭ ବୁଲୁଥାଏ ମୁହେଁ, 

ମନଟି ବୁଲେ ସାରା ସଂସାରେ, ସ୍ମରଣ ଇଏ ତ ନୁହେଁ ।

ମାଳା ଗଡେ଼ଇ ଯୁଗ ବିତିଲା, ଗଲାନି ମନର ଗଡ଼ା, 

ହାତ ମାଳାକୁ ନିକ୍ଷେପ କରି, ମନ ମାଳା କରି ଗଡ଼ା ।

ଜାଠରେ ମାଳା ତିଆରି ହୁଏ, ତା ମଝିରେ ଲାଗେ ସୁତ୍ର, 

ମାଳା ବିଚରା କର୍ତ୍ତବ୍ୟ ହୀନ, ଜପିବା ବାଲା କୁପୁତ୍ର ।

କବୀର ଶୋଇ ସମୟ ନଷ୍ଟ, ଜପୁନାହୁଁ କିଂପା ହରି, 

ଆସିବ ଦିନ ଥିବୁ ନିଦ୍ରାରେ, ହାତ ଗୋଡ଼ ଲମ୍ବା କରି ।

ନାମ କୀର୍ତ୍ତନ କଳି ଯୁଗରେ, ଭବ ସାଗରର ନାବ, 

କହେ କବୀର ମୋକ୍ଷ ନିମନ୍ତେ, ଅନ୍ୟ ଉପାୟ ଅଭାବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍