STORYMIRROR

Bharatabandhu Biswal

Others

3  

Bharatabandhu Biswal

Others

ସ୍ମୃତି ବିଦଗ୍ଧ

ସ୍ମୃତି ବିଦଗ୍ଧ

1 min
149


ଚଢେଇ ଗାଉଛି   ମଙ୍ଗଳଗୀତିକା

   ବାଘ ମାମୁଁ ବୋଲେ ହୁଁ ଟି

ଫେରିଆସ କବି  ପ୍ରିୟ ଅଭିମନ୍ୟୁ

     ଝୁରେ ଉତ୍କଳର ମାଟି ।

ପ୍ରଗନା ବରୁଆଁ  ଗ୍ରାମ ଗୋଳକୁଣ୍ଡ

    ନବର ବାଲିଆ ଆଜି

ଚିନ୍ତାରେ ବିଦଗ୍ଧ  ଖୋଜେ ମଣିରତ୍ନ

    ପ୍ରେମ ଅପ୍ରାକୃତ ପୁଞ୍ଜି ।

ବ୍ରାହ୍ମୀ ନଦୀ ତଟ ପ୍ରେମ ତରଙ୍ଗିଣୀ

    ପ୍ରେମ କଳା ରସବତୀ

ରୀତିପ୍ରୀତି ସ୍ୱରେ ପୁକାରେ ମଧୁରେ

    ସୁଲକ୍ଷଣା ଭାଗ୍ୟବତୀ ।

ଆସୁଛି ପାଖେଇ ବସନ୍ତ ମିଳନ

   ରଙ୍ଗ ଅବିର ଉତ୍ସବ

ମହା ପଟୁଆରେ ଦୋଳ ବିମାନରେ

   ସଜବାଜ ଇଷ୍ଟ ଦେବ ।

କୁଞ୍ଜ ବୃନ୍ଦାବନେ ବିଜେ ରାଧାକୃଷ୍ଣ

   ଉଦୟ ପୂର୍ଣ୍ଣମୀ ଚାନ୍ଦ

ଖୋଜନ୍ତି ସାମନ୍ତ ସିଂହାର ବଂଶଜ

   ଗଡ଼ ପୁରେ କ୍ଷାତ୍ର ବୃନ୍ଦ ।

ଭକ୍ତି ନବଧାରେ  ଭକତ ବିଭୋର

   ସୃଷ୍ଟି ତୁମ କାଳଜୟୀ

କାବ୍ୟାମୃତ ଗାଥା ସ୍ୱର୍ଣ୍ଣାଭ ଅକ୍ଷରେ

   ଲିପିବଦ୍ଧ ଥିବ ରହି ।

ଖୋଜୁଛି ଚାନ୍ଦିନୀ କୁଳ ଚନ୍ଦ୍ରମାକୁ

   ମଧୁ ମାସ ଖୋଜେ ବାସ

ବିଦଗ୍ଧ ଏ ଜାତି ପୁକାରେ ହେ କବି

  ବରପୁତ୍ର ଫେରିଆସ ।


   



Rate this content
Log in