STORYMIRROR

sushama Parija

Others

3  

sushama Parija

Others

ସ୍ମୃତି- ଅସରନ୍ତି

ସ୍ମୃତି- ଅସରନ୍ତି

1 min
356


ସ୍ମୃତି ଏକ ରୂପା ଜହ୍ନ ଚିରଦିନ ମନ ଅଗଣାରେ 

ଫେରୁଥାଏ ବାରବାର ଚାହଁ ଅବା ନ ଚାହଁ ତା’ରେ

 କେବେ ମିଠା କେବେ ତିକ୍ତ ଅନୁଭବ ଯେତେ ନେଇ

 କେବେ ଦିଏ ହସାଇ ତ କେବେ ଦିଏ ସେ କନ୍ଦାଇ ।। 

ଦିଶି ଯାଏ ତୁମ ସହ ସେଇ ସବୁ ବିତିଯିବା ଦିନ 

ମହୋଦଧି ତୀରେ ତୁମେ, ମୁଁ ଆଉ ପୂର୍ଣ୍ଣିମାର ଜହ୍ନ 

ହାତେ ହାତଛନ୍ଦି ଓଦା ବାଲି ପରେ ବୁଝିବାର ବେଳା

 ଢେଉ, ଢେଉ ମଧ୍ୟେ ଆମର ସେ ଚରଣ ପଖଳା ।। 

ଅତି ଯତ୍ନେ ଗଢିଥିବା ଆମ ସେ ସ୍ୱପ୍ନର ବାଲି ଘର

 ଅଗଣାରେ ଖେଳୁଥିବା ସେ ମଲ୍ଲୀ ଫୁଲର ସମ୍ଭାର

 ସ୍ୱପ୍ନରେ ଦେଖିଥିବା କେଇ ହଳ ସେଇ କୁନି ପାଦ 

ଛୋଟ ସ୍ୱପ୍ନ ମାନେ ଥିଲେ ଯେତେ ଆମର ସମ୍ପଦ ।।

 କେଉଁ ସୁନାମୀର ଜୁଆର ଧୋଇ ନେଲା ସେଇ ସବୁ

 ହଜିଲା ସ୍ମୃତିରେ ମୋ’ଆଖି ଆଜି ଲୁହେ ଉବୁଟୁବୁ ।।



Rate this content
Log in