ସ୍ମୃତି ଅନୁଭୂତି
ସ୍ମୃତି ଅନୁଭୂତି
ଗ୍ରୀଷ୍ମ ବର୍ଷା ଶୀତ ଶରତ ହେମନ୍ତ
ବସନ୍ତ ଏ ଛଅ ଋତୁ
ଭିନ୍ନ ଭିନ୍ନ ସ୍ମୃତି ଅନୁଭୂତି ଦିଏ
ପ୍ରେମ ତ ସପ୍ତମ ଋତୁ।
ସବୁ ସ୍ମୃତି ସିନା ଆସେ ପୁଣି ଯାଏ
ସେ ସ୍ମୃତି ଲିଭେନା ମନୁ
ପହିଲି ନହୁଲି ମଧୁଲି ମଧୁଲି
ବୟସରେ ବାହେ ତନୁ।
ପ୍ରେମ ପାଖେ ସର୍ବେ ହୋଇଯାନ୍ତି ବଶ
ବଳ ପଦ ଆଣ୍ଟ ଛାଡ଼ି
ଅଷ୍ଟମ ଅଦ୍ଭୂତ ନିଆରା ରଙ୍ଗ ରେ
ପ୍ରେମ ଋତୁ ଆସେ ମାଡ଼ି।
ପ୍ରେମୀ ଯୁଗଳଙ୍କୁ ମତୁଆଲା କରି
ମାଦକତା ଦିଏ ଭରି
ଦୁହିଁଙ୍କ ପାଖରେ ଦୁହିଁଙ୍କୁ ସଧୀରେ
ସମର୍ପଣ ଦିଏ କରି।
ଅଜଣା କିମିଆଁ ଲଗାଏ ତ ନିଆଁ
ଅଜଣା ପଥ ପଥିକ
ଭାବରେ ବିହ୍ୱଳ ନାହିଁ ଥଳକୁଳ
ପ୍ରେମ ତ କରେ କୁହୁକ।
ପରିଣତି କଥା ପରେ ଦେଖାଯିବ
ଭାବନ୍ତି ପ୍ରେମିକଗଣ
ପ୍ରେମର ସାଗରେ ଲମ୍ଫ ଦେଇ ଶିଘ୍ର
କରୁଥାନ୍ତି ସନ୍ତରଣ।
ଶହେରୁ ସତର ପାର ଯଦି ହ୍ୱନ୍ତି
ନାନା କଷଣ କୁ ଭୋଗି
ଅବଶିଷ୍ଟ କିଛି ବୁଡି ଝାସ ଦ୍ୟନ୍ତି
କିଛି ହ୍ୱନ୍ତି ବଇରାଗୀ।
