STORYMIRROR

Sasmita Dash

Others

4  

Sasmita Dash

Others

ସମର୍ପଣ

ସମର୍ପଣ

1 min
330


ସମର୍ପି ଦେଲି ମୁଁ ଜୀବନ ର ଭାର ତୁମ ଉପରେ,

ବିଜୟ ହେଉ କି ପରାଜୟ ହେଉ

           ସବୁତ ନିର୍ଭର ତୁମ ହାତରେ...||

ବିଶ୍ୱାସ ମୋ ଅଛି ପାଇବି ତୁମକୁ କେବେବି ଥରେ,

ଦୁନିଆ ଯାକର ସକଳ ପ୍ରେମ କୁ

           ସମର୍ପି ଦେବି ମୁଁ ତୁମ ପାଖରେ...||

ସବୁ ଦୋଷ ଗୁଣ ସମର୍ପଣ କରି ତୁମରି ଠାରେ,

ଏପରି ରହିବି ଜଗତ ଭିତରେ

            ପଙ୍କଜ ଥାଏ ଯେସନେ ଜଳ ରେ..||

ସଂସାର ଟି ଅଛି ତୁମରି ହାତରେ,

           ମୁଁ ରହିଛି ସଂସାର ଭିତରେ,

ତୁମେ ନାରାୟଣ ମୁଁ ଛାର ମାନବ

           ଏଇ ଭେଦ ତୁମ ମୋ ଭିତରେ..||

ମାନବ ଜୀବନ ଦେଇଅଛ ମୋତେ

           ପୁଜାରିଣୀ ମୁଯେ ତୁମ ଚରଣେ,

କରୁଥାଏ କର୍ମ ନିଷ୍କାମ ଭାବରେ

           ବାନ୍ଧି ତ ଦେଇଛ ସଂସାର ବନ୍ଧନେ..

ଖେଳନାଟିଏ ମୁଁ ତୁମରି ହାତର

           ଖେଳ କିଛି ନୁହେଁ ମୋର ନିଜର,

ନିଜସ୍ୱ ଇଛା ମୋ କିଛି ନୁହେଁ ପ୍ରଭୂ

           ଚାଲିବାର ପଥ ସବୁ ତୁମର.....||

ସଂସାର ସାଗରେ ନାଵଟିଏ ମୁଯେ

           ତୁମେ ଯେ ନାଉରୀ ସେଇ ନାବ ର,

ଯେଉଁ ଆଡେ ନେବ ସେଆଡେ଼ ଯିବି ମୁଁ

          ସମର୍ପି ଦେଇଛି ମୋ ଜୀବନ ଭାର...||



Rate this content
Log in