ସମର୍ପଣ
ସମର୍ପଣ
ପ୍ରଥା ପରମ୍ପରା ବିଧିର ସାହାରା
ରୀତିନୀତି ପ୍ରିତୀ ଛବି ,
ଦୁଇଟି ଆତ୍ମାର ଅପୂର୍ବ ମିଳନ
ହସେ ଅଂଶୁମାନ ରବି ! !
ବିବାହ ବନ୍ଧନ ହୃଦୟ ଚନ୍ଦନ
ମିଳନର ମହାପର୍ବ ,
ଆତ୍ମାରସଂଯୋଗ ପ୍ରାପ୍ୟହୁଏ ଭୋଗ
ନିଆରା ସମ୍ପର୍କ ଭାବ ! !
ଅଜଣା ଅଚିହ୍ନା ଦୁଇଟି ଠିକଣା
ହୋଇଯାଏ ଯେବେଯୋଡି ,
ବିବାହ ବେଦୀରେ ପ୍ରିତୀଫୁଲ ଫୁଟେ
ଖୋଲେତ ପ୍ରେମର ପେଡ଼ି ! !
ସର୍ବ ସମର୍ପଣେ ନବବଧୂ ଭାସେ
ସ୍ନେଁହ ଶ୍ରଦ୍ଧା ଭକ୍ତି ଦାନେ ,
ପ୍ରେମରେ ସରାଗ ମହଲେ ବିଶ୍ଵାସ
ଆଚରଇ ମନେ ମନେ ! !
ଆଞ୍ଜୁଳି ପ୍ରସ୍ଵସ୍ତି ସମର୍ପଣେ ପ୍ରିତୀ
ପତିଧର୍ମେ ଅନୁରାଗୀ ,
କୁଳର ଗରିମା ପ୍ରୀତିର ଚନ୍ଦ୍ରମା
ସୁଖ ଦୁଃଖେ ହୁଏ ଭାଗି ! !
ସାତ ଜନମର ଏ'ବନ୍ଧନଡୋର
ଅତୁଟ ରୁହଇ ସଦା ,
କେତେଝଡଆସେ କେତେଝଡଯାଏ
ହସିହସି କରେ ସାମ୍ନା ! !
ନିରିମାଖୀ ଫୁଲ ହୁଏ ସଦାଗେଲ
ପ୍ରୀତି ସୁହାଗିନି ରାଣୀ ,
ଦେହ ଯୌବନ ସମର୍ପଣେ ମନ
ସ୍ଵାମୀରସେ' ଅର୍ଦ୍ଧାଙ୍ଗିନୀ ! !
ଆଞ୍ଜୁଳି ଚାଉଳ କରେସେ' ଉତ୍ସର୍ଗ
କୋମଳ ହସ୍ତ ପରଶେ ,
ଆଶାଆକାଂକ୍ଷାରେ ମନେବସା ବାନ୍ଧେ
ପ୍ରେମର ମଧୁର ସ୍ପର୍ଶେ ! !