STORYMIRROR

rasmi maye pati

Others

3  

rasmi maye pati

Others

ସମର୍ପିତ

ସମର୍ପିତ

1 min
30



ପାବନି ପରି ମୁଁ ବକ୍ଷ ଚିରି

ଦେଲେ ଜାଣି ବୁକି ତୋର ପ୍ରକୃତ ଭକ୍ତତ

ନସାରା ମୋର ଲେଖି ନାମ ତୋର

ବୁଲି କି ପାରିବି ସାରା ଜଗତ ।୧ 

ରାଧା ରାଣୀ ପରି ଝୁରି କି ପାରିବି

ଏକୁଟିଆ ବସି ଯମୁନା କୂଳେ

ମୀରା ପରି ମୁହିଁ ହଜି ପାରିବି କି

ବୀଣା ଝଙ୍କାରର ସୁର ତାଳରେ।୨

ଗୋପାଙ୍ଗ ନା ପରି ତୋର ପ୍ରେମ ବାଇ

ହୋଇ କି ପାରିବି କଦମ୍ବ ମୂଳେ

ସଂସାର ଜଞ୍ଜଳେ ଛନ୍ଦି ମୁଁ ହୋଇଛି

ପାଇବି କାହୁଁ ମୁଁ ସମୟ ତିଳେ ।୩

ତଥାପି କାଳିଆ ହୃଦ କନ୍ଦରରେ 

ଆଙ୍କିଛି ମୁଁ ପରା ତୋହର ଛବି

ପ୍ରେମ ଓ ଭକ୍ତିରେ ନୈବେଦ୍ୟ ବାଢୁଚି 

ଲୁହରେ ତତେ ଦୀପାଳି ଜାଳୁଚି ।୪

ଦାସିଆର ମନ ତନୁରେ ଧରିଛି

ସୁଦାମାର ପ୍ରେମ ବକ୍ଷେ ଧରିଛି

ଜୟଦେବ ପରି ଲେଖନୀ ଧରିଛି

ଲେଖନୀ ମୁନ ରେ ତତେ ରଚୁଛି।୫

ରାଧା ମୀରା ପରି ସମର୍ପି

ଦେଇଛିଏ ଜୀବନକୁ ତୋ ଚରଣ ତଳେ

ଆଶିଷ ଟିକିଏ ଲୋଡା ଖାଲି ମୋର

ଲଂଘିବି ଏ ପଥ ତୋର ଦୟାରେ ।୬

ସଂସାର ଜଞ୍ଜାଳ କାନ୍ଧରେ କାନ୍ଧେଇ

ତୋ ପାଇଁ ପରା ସମୟ ନିଅଣ୍ଟ

ବିଶ୍ୱାସର ସେତୁ ବାନ୍ଧିଚି ହୃଦରେ

ମୁହିଁ ତୋର ଏର ଏକ ଛୋଟିଆ ଭକ୍ତ ।୭ 



Rate this content
Log in