STORYMIRROR

jyotsna mayee panda

Others

3  

jyotsna mayee panda

Others

ସମ୍ପର୍କ

ସମ୍ପର୍କ

1 min
260

ସମ୍ପର୍କ ସବୁ ଏଠି ଅକ୍ଟୋପାସର ଜାଲ ପରି

ବଞ୍ଚଥିବା ଯାଏଁ ସମ୍ପର୍କ ଚିର ସବୁଜ

ମୃତ୍ୟୁ ପରେ ରଙ୍ଗହୀନ ହୋଇଯାଏ

ତୁଟିଯାଏ ସବୁ ସମ୍ପର୍କର ଡୋରି

ଶରୀରର ସବୁ ଅନ୍ତରବେଦନା

ଲୀନ ହୋଇଯାଏ ପୁଣି ସବୁ ଚେତନା

କ୍ଷଣ ଭଙ୍ଗୁର ଜୀବନରେ

ସମ୍ପର୍କର ସବୁ ସୂତାଖିଅ ଛିଣ୍ଡିଯାଏ

ଅତି ନିଜର ଭାବୁଥିବା ଲୋକ ବି

ଦିନେ ସବୁଦିନ ପାଇଁ ପର କରି ଚାଲିଯାଏ

ସାଙ୍ଗ, ସାଥି, ବନ୍ଧୁ, ପରିଜନ

ଅଗ୍ନି ସଂଯୋଜ କରି ଦିଅନ୍ତି ସ୍ମଶାନେ

ସବୁ ସମ୍ପର୍କ ଛିନ୍ନ କରି ଶରୀର ଜଳିଯାଏ

ଆତ୍ମା ଵିଲୀନ ହୋଇଯାଏ ମହା ଶୂନ୍ୟରେ

ହେଲେ ସେ ସମ୍ପର୍କର ମୂଲ୍ୟ ରହେନି ଖାଲି

ଯାହା ପାଇଁ ମଣିଷ ସାରା ଜୀବନ ବଂଚିଛି

ଆଉ ଶେଷରେ ନ ଥାଏ ମୋହ ସେ ସମ୍ପର୍କର

ଆଉ ନ ଥାଏ ମୋହ ସେ ଧନ କି ଐଶ୍ୱର୍ଯ୍ୟର

ଯାହା ପାଇଁ ମଣିଷ ସାରା ଜୀବନ ନଷ୍ଟ ହୋଇଯାଏ

ଆଜି ସବୁ ତାପାଇଁ ଅଲୋଡ଼ା, ମୂଲ୍ୟ ହୀନ ହୋଇଯାଏ

ସେ ସୁନ୍ଦର, ଶାଶ୍ୱତ ଆତ୍ମା ଶୂନ୍ୟରେ ମିଶିଯାଏ

ଶରୀର ଚିର ନିଦ୍ରାରେ ଶୋଇ ଯାଏ

ପାଞ୍ଚଭୁତ ରେ ଶରୀର ଵିଲୀଳ ହେଲା ପରେ

ଆତ୍ମା ପୁନଶ୍ଚ ଜନ୍ମ ନିଏ ଅନ୍ୟର ସମ୍ପର୍କ ନେଇ

ଏତ ସଂସାରର ନିୟମ

ସବୁଦିନ ରୁହେନି ସେ ଜରା ଯଉବନ

ଦିନେ ନା ଦିନେ ଏକା ଯିବାକୁ ହୁଏ

ତୁଟାଇ ସବୁ ମାୟା, ମୋହର ବନ୍ଧନ

ପୁଣି କଣ ପାଇଁ ମଣିଷ ଏ ମାନ ଅଭିମାନ???

ସେତ ବଞ୍ଚି ରହିପାରେନି ସବୁଦିନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍