STORYMIRROR

Tapan Kumar Biswal

Others

3  

Tapan Kumar Biswal

Others

ସମ୍ପର୍କ

ସମ୍ପର୍କ

1 min
44


ଦୂରରୁ ପର୍ବତ ସୁନ୍ଦର ଦିଶେ

ମାତ୍ର ପାଖରୁ ଦେଖିଲେ

କଣ ସତରେ ତାର ସୌନ୍ଦର୍ଯ୍ୟ 

କିଛି ମାତ୍ରାରେ ମଉଳି ଯାଏ ll


ମଣିଷର ସମ୍ପର୍କ ମଧ୍ୟ ଠିକ

ଦୂର ପର୍ବତ ପରି 

ଦୂରରୁ ସବୁ ସୁନ୍ଦର ଓ ଠିକ ଠାକ

କିନ୍ତୁ ପାଖରେ ଥିଲେ 

କମି ଯାଏ କିଛି ପରିମାଣରେ

ସ୍ନେହ ଶ୍ରଦ୍ଧା ଓ ଭଲପାଇବା ll


ଶୋଷ ମେଣ୍ଟିଲା ପରେ ଦେଖିଛ କି

ପାଣିର ଆବଶ୍ୟକତାକୁ 

କିପରି ଭାବରେ ଅନୁଭବ କରାଯାଏ 

ଫରକ ରହିଛି ଆକାଶ ପାତାଳର l


ସ୍ୱାର୍ଥ ହାସଲ କରିବା ପରେ

ମଣିଷ ଭୁଲିଯାନ୍ତି ସମ୍ପର୍କର ସଂଜ୍ଞାକୁ

କେତେକ କ୍ଷେତ୍ରରେ ମଧ୍ୟ

ସ୍ୱାର୍ଥପର ହେବାପାଇଁ

ପଛାନ୍ତିନାହିଁ ଏହା ହିଁ ସତ୍ୟ ll


କେମିତି ଭୁଲିଯାଏ ସବୁ

କଣ ଆଗାମୀ ଦିନରେ ଏସବୁର

ଆବଶ୍ୟକ ପଡିବ ନାହିଁ ଜୀବନରେ

କେମିତି ଦେଖାଇବ ମୁଁହ

ଅଲାଜୁକ ଭାବରେ 

ମିଳିବ କେବଳ ଅପମାନ ଅପନିନ୍ଦା 

ଦୁର୍ବଳ ହୋଇଯିବ ସମ୍ପର୍କର ବନ୍ଧନ 

ଧୀରେ ଧୀରେ ଆଗାମୀ ସମୟରେ ll


ମହୁମାଛି ସବୁଦିନେ

ମହୁ ସଂଗ୍ରହ କରେ ବିଭିନ୍ନ ପ୍ରକାର ପୁଷ୍ପରୁ

କିନ୍ତୁ କେବେ ବି ଭୁଲେ ନାହିଁ

କାରଣ ସେ ଜାଣିଛି

ତା ସହିତ ତାର ସମ୍ପର୍କ କଣ

ଆଉ ଆବଶ୍ୟକତା କେତେ

ବାସ୍ତବ ଜୀବନରେ ll


କିନ୍ତୁ ତୁମେ କିପରି ଭାବରେ ଭୁଲିଯାଉଛ 

କେବଳ ସ୍ୱାର୍ଥ ହାସଲ ଉଦ୍ଦେଶ୍ୟରେ

ସ୍ୱାର୍ଥପର ଭାବରେ

ସମ୍ପର୍କର ସଂଜ୍ଞା ଓ ଆବଶ୍ୟକତାକୁ

ତୁମେ ପରା ମଣିଷ

ସୃଷ୍ଟିର ସର୍ବଶ୍ରେଷ୍ଠ ଜୀବ ll



      



Rate this content
Log in