ସମ୍ପର୍କ
ସମ୍ପର୍କ
ସମ୍ପର୍କ
🌹🌹🌹🌹🌹💐
ସମ୍ପର୍କର ଭାବଧାରା ଦିଏନାହିଁଧରା ;
ଅଦୃଶ୍ୟ ବନ୍ଧନ ଏ ଯେ
ପ୍ରୀତି ର ପସରା !!
ସମ୍ପର୍କ ର ସେତୁ ବନ୍ଧ
ସୁଖର ସୌହାର୍ଦ୍ଦ୍ୟ ;
ସମାଜିକ ଜୀବନର
ସମନ୍ଧ ମହାର୍ଘ୍ୟ !!
ଆଦର ଯତନେ ଫୁଟେ
ସମ୍ପର୍କ ର ପୁଷ୍ପ ;
ସୁବାସିତ ପୁଷ୍ପ ବାସ୍ନା
ସର୍ବତ୍ର ଗ୍ରହୀତ !!
ପ୍ରେମପରଶରେ ହସେ
ପ୍ରେମର ପ୍ରେମିକା ;
ସମ୍ପର୍କର କୁହୁକ ରେ
ସାଜେ ଅବନ୍ତିକା !!
ସମର୍ପଣ ଭାବ ଯେବେ
ହୁଏ ସମ୍ପର୍କିତ ;;
ଚେତନାର ମହା ବୁଦ୍ଧି
ହୁଏ ବିକଶିତ !!
କବିର କଳ୍ପନା ବନ୍ଧା
ସମ୍ପର୍କ ଡୋରୀରେ ;;
ସମାଜିକ ପ୍ରାଣୀ କଵି
ଏ ପ୍ରୀତି ଦୁନିଆଁରେ !!
କଵି ଗଢେ ନୀଡ଼ ଗୋଟେ
ଆଶା ଭରସାରେ ;;
କଵି ପୁଣି ଯୋଡ଼ି ହୁଏ
ସମ୍ପର୍କ ଧାରା ରେ !!!
ଅସୁମାରୀ ଆଶା ସପ୍ନ
ଉଙ୍କି ମାରେ ଯେବେ ;
ସମ୍ପର୍କର ମଧୁ ଗାଥା
ମନେ ପଡେ ତେବେ !!!
