STORYMIRROR

Puspanjali Panda

Others

4  

Puspanjali Panda

Others

ସମ୍ପର୍କ ତୁମ ସହ

ସମ୍ପର୍କ ତୁମ ସହ

1 min
254

ତୁମ ସହ ସମ୍ପର୍କରେ 

ଜନ୍ମ ମୃତ୍ୟୁ, ସୁଖ ଦୁଃଖ

ରୋଗ, ନିଦାନ, ହସ, କାନ୍ଦ

ପୁଣି ସବୁ ଏକାକାର ।।

ଯାହା ଭୋଗା ଭୋଗ 

ସବୁ ତୁମ ଦାନ

ଭାଗ୍ୟ ଆଉ ପାପ ପୂଣ୍ୟ ।

ସମୟ ସବୁ ପାଉଁଷ କରେ

ବିଚରା ମଣିଷର ଜୀଵନ ଯାତ୍ରାରେ

ତୁମ ପାଖେ ଥିବା ହିସାବ ଖାତାରେ।।

ଏ ସମୟ ରହିବକି..!

ମୋହଗ୍ରସ୍ଥ ହୋଇଉଠୁଛି

ଚେତନାର ଚୌହଦୀ ।

ତୁମ ଇଚ୍ଛାରେ ସବୁ ଶୁନ୍ୟ

ତୁମେ ତ ମହାଶୁନ୍ୟ।

ଏ ସମର୍ପିତ ପ୍ରାଣ

ଏ କଷଣ, ପାଷାଣ ଜୀବନ

ଭାବିବି କି ତୁମ ଇଚ୍ଛାର ଲାବଣ୍ୟ।

ତୁମେ କାଟିପାର ବନ୍ଧନ

ଯୋଡ଼ିପାର ହୃଦୟ

ଭାଙ୍ଗିପାର ସମ୍ପର୍କ

ଆୟୁଷର ଶେଷ ସ୍ପର୍ଶ ବି।

କଣ ବା ନାମ ଦେବି!

ଭକ୍ତ! ଆର୍ତ୍ତ, ଅଥାର୍ଥୀ!

ନା ତୁମେ ଆଉ ମୁଁ ପୁରା ଏକ ଅଭିନ୍ନ

ଏକାକାର।।

ହେଇପାରେ ନାମହୀନ ସମ୍ପର୍କ।

ଯାହା ଦେଇ ପାରିନି  

ତୁମ ସହ ଯୋଡ଼ି ହେବାର ନାମ।

କି ସମ୍ପର୍କ କିଏ ଜାଣେ!

ଏବେ ବି ନିଜକୁ ଅସହାୟ ମଣେ।

ତୁମେ ଜାଣ, ତୁମ ସହ ସମ୍ପର୍କର ନାମ।।



Rate this content
Log in