ସମ୍ପର୍କ ରେ ପ୍ରେମ
ସମ୍ପର୍କ ରେ ପ୍ରେମ
1 min
202
ମାଟି ସହ ବର୍ଷାର ସମ୍ପର୍କରେ ପ୍ରେମ
ଚନ୍ଦ୍ର ସହ କଇଁର ସମ୍ପର୍କରେ ପ୍ରେମ ,
ପୂର୍ଣ୍ଣିମା ସହ ଜୋଛନାର ସମ୍ପର୍କରେ ପ୍ରେମ
ସୁରୁଜ ସହ ପଦ୍ମର ସମ୍ପର୍କରେ ପ୍ରେମ ,
କାନନ ସହ ବନମଲ୍ଲିର ସମ୍ପର୍କରେ ପ୍ରେମ
ଖାଦ୍ୟ ସହ ଖାଦକର ସମ୍ପର୍କରେ ପ୍ରେମ,
ହୃଦୟ ସହ ସ୍ପନ୍ଦନର ସମ୍ପର୍କରେ ପ୍ରେମ
ଫୁଲ ସହ ପ୍ରଜାପତିର ସମ୍ପର୍କରେ ପ୍ରେମ ,
ନିଦ ସହ ସ୍ୱପ୍ନର ସମ୍ପର୍କରେ ପ୍ରେମ
ମନ ସହ ମାନସୀର ସମ୍ପର୍କରେ ପ୍ରେମ,
ମଧୁ ସହ ମହୁମାଛିର ସମ୍ପର୍କରେ ପ୍ରେମ
ଭାଷା ସହ ସାହିତ୍ୟର ସମ୍ପର୍କରେ ପ୍ରେମ ,
ଜୀବନ ସହ ଯନ୍ତ୍ରଣାର ସମ୍ପର୍କରେ ପ୍ରେମ
ଜନ୍ମ ସହ ମୃତ୍ୟୁର ସମ୍ପର୍କରେ ପ୍ରେମ ,
ଭାବ ସହ ଭଗବାନର ସମ୍ପର୍କରେ ପ୍ରେମ
ରାଗ ସହ ମୂର୍ଚ୍ଛନାର ସମ୍ପର୍କରେ ପ୍ରେମ ।।
