ସମ୍ବଲପୁରି କବିତା, "ମା ସମଲେଇ"
ସମ୍ବଲପୁରି କବିତା, "ମା ସମଲେଇ"
ଜୟ ଜୟ ମା ସମଲେଇଶ୍ୱରୀ
ଦୁଃଖ ନାସିନୀ ମହାମାୟୀ।
ଜଗତ ଜନନୀ ତୁଇ ଗୋ ମୋର ସମଲେଇ।
ପଶ୍ଚିମ ଓଡିଶାର ମା ତୁଇ ଇଷ୍ଟଦେବୀ ଗୋ ସମଲେଇ।
ମହାନଦୀ ର ଖଁଣି ମା ସେମ୍ବେଲ ଗଛତଳେଁ
ତୁଇ ଉଭା ହେଇ ।
ପୂଜା ପାଉଛୁ ଗୋ ମା ଇଷ୍ଟ ଦେବୀ ରୂପେ ମା ସମଲେଇ।
ଭକତ ମନ ଜାନି ବର ଦେଷୁ ଥରେ ତୋର ଦେଉଳ କେ ଗଲେ ଦୁଃଖ ସବୁ ଯାଏସି ଦୁରେଇ।
ମନ୍ଦାର ମାଲିନି ଆଦି ରୂପା ସମ୍ବଲପୁରେ ତୋର ଦେଉଳ ପାଉଛେ ଶୋଭା ।
ତୁଇ ତ ମା ତାରିଣୀ,
ତୁଇ ଗୋ କାଲି ଲହ ଲହ ଜିଭା।
ସାରା ସଂସାରକେ ଗଢିଛୁ ତୋର ଛୁଆ ମା ଡାକୁଛୁ କରି ଗୁହାରି।
ତୁଇ ତ ଆଉ ସମ୍ବଲ ମାଟିର ରାନୀ
ତୋର ବିନା ଆଉ ମୁଇ କାହାକେ ନାଇଁ ଜାନୀ ସମଲେଶ୍ବରୀ।
ଘଣ୍ଟ ଶଙ୍ଖ ବାଜି ଗଲେ ତୋର ମନ ହେସି ତହଁକ ବିକଳ ଗୋ ମା।
ଦେଖି ଦେଲେ ଥରେ ତୋର ଆଳତି
ଆଖି ମୋର ଯାଏସି ଝରି ଲୁହୁ ଡାକୁଥିସି ଖାଲି ମା ମା।
