ସମ୍ଭାଳି ଖେଳ
ସମ୍ଭାଳି ଖେଳ
1 min
337
ସେଇ ଡାଳଟାକୁ ଧ' ଧଡ଼ିଆ ,
କୃଷ୍ଣଚୂଡ଼ା ଦିଶେ କେତେ ବଢ଼ିଆ ।
ଗୁଚ୍ଛ ଗୁଚ୍ଛ ହୋଇ ଫୁଟିଛି ଫୁଲ ,
ନାଲିରଙ୍ଗ ଦିଶେ ସୁରୁଜ ତୁଲ ।
କଢ଼ ଯଦି କିଛି ପାରିବୁ ଆଣି ,
ଆଙ୍କୁଡା ଲଢ଼େଇ ଖେଳିବା ଟାଣି ।
ଗ୍ରୀଷମରେ ଇଏ ହସୁଛି ଫୁଟି ,
ବୁଢ଼ୀମାଆ ତେଣେ କଲାଣି ପାଟି ।
'ସନା, ଦିପୁ,ବଣ୍ଟି ସମ୍ଭାଳି ଖେଳ ,
ନଇଁ ପଡ଼ିଲାଣି ତଳକୁ ଡାଳ ।
କଡ଼ମଡ଼ ହୋଇ ଗଲେ ସେ ଛିଡ଼ି ,
ଗୋଡ଼ ହାତ ତୁମ ଭାଙ୍ଗିବ ପଡ଼ି ।
ନଗି ବଢ଼େଇକି ଫୁଲକୁ ତୋଳ ,
ଚଗଲା ହୁଅନି,ସମ୍ଭାଳି ଖେଳ ।'
