STORYMIRROR

Biswanath Nayak

Others

4  

Biswanath Nayak

Others

ସମ୍ଭାବନା

ସମ୍ଭାବନା

1 min
187

ମୁଁ ନୁହେଁ ଏକ ଶିଶୁ ମୁଁ ଅଟେ ଭବିଷ୍ୟତ ଆଶା। 

ମୁଁ ଏକ ସମ୍ଭାବନା ଆସନ୍ତା କାଲିର।  

ମୁଁ କୃଷ୍ଣ ,                                    

ମୋ ଭିତରେ ଅସୀମ ସାମର୍ଥ୍ୟ,

ଟେକିବାକୁ ଗିରି ଗୋବର୍ଦ୍ଧନ,

ଅଧର୍ମ ବିନାଶ ପାଇଁ କରିବାକୁ ଧର୍ମର ପ୍ରତିଷ୍ଠା। 

ମୁଁ ଯୀଶୁ,                                   

 ହସି ହସି କୃଶବିଦ୍ଧ ହେବାପାଇଁ,

ମୋ ଭିତରେ ଅସୀମ ସାହସ। 

ମୁଁ ବୁଦ୍ଧ,                                 

ବୋଧିଦ୍ରୁମ ତଳେ ବସି,

ସତ୍ୟର ସନ୍ଧାନ ପାଇଁ,

ମୋ ଭିତରେ ଅସରନ୍ତି ଧୈର୍ଯ୍ୟ। 

ମୋ ଭିତରେ କୃଷ୍ଣ, ବୁଦ୍ଧ ଆଉ ଯୀଶୁ,

ଧୂଳି ବୋଳାବୋଳି ହୋଇ ଖେଳନ୍ତି ଏକାଠି। 

ମନ୍ଦିର ଓ ମସଜିଦ୍ ନାମେ,

ଖେଳନ୍ତିନି ହୋଲିଖେଳ ମଣିଷ ରକତେ। 

ମୁଁ ନୁହେଁ ବିଦ୍ୟାବାରିଧି ଅଛି ମୋର ଜନ୍ମଗତ ଗ୍ୟାନ,

ମନ୍ଦିର, ମସଜିଦ୍, ଗୀର୍ଜା ଆଉ ଗୁରୁଦ୍ଵାର

ସବୁଠାରୁ ଶୁଭେ ମୋତେ,

ସୃଷ୍ଟିର ପ୍ରଥମ ସ୍ଵର ପବିତ୍ର ଓଁକାର।  

କିନ୍ତୁ ! ଆଜି?

ମଣିଷ ର ଉପାଧି ଓ ଅହଂକାର ଭାରେ,

ମଥା ଟେକି ପାରେନି ସେ ଚିରନ୍ତନ ଗ୍ୟାନ।।      

 ବିଦ୍ୟା ନାମରେ ଅବିଦ୍ୟା,

ଗ୍ୟାନକୁ ଭସାଇ ନିଏ ଅହଂକାର ନଈର ସୁଅରେ। 

ମଣିଷ କୁ ନେଇଯାଏ ଆଲୋକରୁ ଅନ୍ଧାର ଆଡକୁ।ବୁଦ୍ଧ,ଯୀଶୁ ଆଉ କୃଷ୍ଣ,                          

ସମସ୍ତଙ୍କ ମୁହଁ ଲାଗେ ଅଲଗା ଅଲଗା। 

କୀଟରୁ ପତଙ୍ଗ ଆଉ ସ୍ଥାବର ଜଙ୍ଗମ,

ମନ୍ଦିର, ମସଜିଦ୍ ଗୀର୍ଜା ଆଉ ଗୁରୁଦ୍ଵାର,

ସବୁଠାରେ ଯଦି ଏକ ସତ୍ତା ବିଦ୍ୟମାନ,

ଗୀତା, ବାଇବେଲ୍ ଆଉ କୋରାନ୍ ମଧ୍ୟରେ,

ହିଂସା, ଦ୍ଵେଷ ଆଉ ଘୃଣା ରହିଲା କେଉଁଠି?

ହେ ମଣିଷ!

ମୁଁ ଆଶାର କିରଣ କାଲି ପ୍ରଭାତର,

ନୂଆ ଏକ ଆଶା ଆଉ ସମ୍ଭାବନା ନେଇ,

ହାତେ ଧରି ଶାନ୍ତି ଆଉ ମୈତ୍ରୀର କୁସୁମ,

ସ୍ଵାଗତ କରେ ତୁମକୁ ମିଶିବାକୁ ମୋ ସମ୍ଭାବନା ରେ। 

ଭାଙ୍ଗିବାକୁ ଘୃଣା ଆଉ ଦ୍ଵେଷର ପ୍ରାଚୀର,                 

ମନ୍ଦିର ଓ ମସଜିଦ୍ ମଧ୍ୟେ। 

ବୁଦ୍ଧ, ଯୀଶୁ ଆଉ କୃଷ୍ଣ, ସମସ୍ତଙ୍କ ଠାରୁ,

ଶୁଣିବାକୁ ସେହି ଏକ ସ୍ଵର। 

ସୃଷ୍ଟିର ପ୍ରଥମ ଶବ୍ଦ,

ପବିତ୍ର ଓଁକାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍