STORYMIRROR

Hitendra Mohanta

Others

2  

Hitendra Mohanta

Others

ସ୍ମାର୍ଟ୍ ସିଟିର କ୍ରନ୍ଦନ

ସ୍ମାର୍ଟ୍ ସିଟିର କ୍ରନ୍ଦନ

1 min
13.5K



ହିତେନ୍ଦ୍ର ନାଥ ମହାନ୍ତ


ନିଶାର ଗର୍ଜନ; ବର୍ଷା ବି ଲଗାଣ

ଅବାରିତ ଧାରାରେ

ଅବିରାମ ତାଳରେ......

ବେପରୁଆ ଢଂଗର ସାବଲୀଲ ବର୍ଷଣ

କାହା ପାଇଁ

ସମ୍ଭୋଗର ଉଷ୍ମ ଚୁମ୍ବନ

ତ କାହା ପାଇଁ

ବିରହର ନଗ୍ନ ଦହନ ।।

ମେଘର ନିଶାଣ; ବନ୍ୟାରେ ପ୍ଲାବନ

ନିଷ୍ଟୁର ପାହାନ୍ତାରେ

ମଧୁ ସ୍ୱପ୍ନ ଭଂଗରେ.......

କ୍ରୁର ନିର୍ଦ୍ଦୟତାର ଜଳବନ୍ଦୀ କଷଣ ;

ବଢି ପାଣିରେ ହିଁ ଭାସେ

ଅନୁକମ୍ପା ରୋଦନ

ବିଛେଦରେ ଭାଂଗେ ଯେମିତି

ଅଭିସାରୀ ମିଳନ ।।

ମନର ଚିନ୍ତନ; କେମିତି ନିଦାନ

ଆଶା ଆଶ୍ୱାସନାରେ......

ଆରୋପ ପ୍ରତ୍ୟାରୋପରେ.......

ରାଜରାସ୍ତାରେ ଚାଲେ ନୌକା ପରିଭ୍ରମଣ ;

ବେଳହୁଁ ସାବଧାନ ---------

ଅନୁଦାନ ନୁହଁ ନାଳ ନିର୍ମାଣ

ଅନୁକମ୍ପା ବଦଳରେ ନର୍ଦ୍ଦମା ପରିଛନ୍ନ

ରିଲିଫ୍ ଛାଡି ଆନ୍ତରିକତାରେ ଧ୍ୟ୍ୟାନ.....

ଯେମିତିକି ପ୍ରିୟାର ପ୍ରୀତି

ପ୍ରାପ୍ତିରେ ନୁହଁ,ତୃପ୍ତିରେ ତଲ୍ଲୀନ ।।।


କ୍ଷେତ୍ରୀୟ କାର୍ଯ୍ୟାଳୟ

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

ଭୁବନେଶ୍ୱର


Rate this content
Log in