STORYMIRROR

jyotsna mayee panda

Others

3  

jyotsna mayee panda

Others

ସ୍କନ୍ଧ ମାତା

ସ୍କନ୍ଧ ମାତା

1 min
270

ବିଶୁଦ୍ଧ ଚକ୍ରରେ ବିରାଜିତ ହୋଇ

ସଦା ତୁମେ ରହିଥାଅ

ସୁମଧୁର ବାଣୀ ଝଟକେ ଚାହାଣି

ଭକ୍ତକୁ ସୁଦୟା ହୁଅ

ତୁମେ ସ୍କନ୍ଧ ମାତା ଶିବଙ୍କ ଘରଣୀ

କାର୍ତ୍ତିକ ଜନ୍ମ ଦାୟିନୀ

ଏକ ହସ୍ତେ ତୁମ ପୁତ୍ର କାର୍ତ୍ତିକେୟ

ଶୁକ୍ଳ ବସ୍ତ୍ର ପରିଧାନୀ

ସୁଖ, ଶାନ୍ତି ପ୍ରଦାୟିନୀ

ତୁମେ ଜଗତ ଜନନୀ l

ତାଡକାସୁରକୁ ନାସିବା ପାଇଁ ତ

କାର୍ତ୍ତିକଙ୍କୁ ଜନ୍ମ ଦେଲ

ସଡ଼ ମୁଖ ଦିବ୍ୟ ରୁପ କାନ୍ତି ଦେଖି

ସେନାପତି ତାଙ୍କୁ କଲ

ବାର କୋଟି ଶ୍ଳୋକ ଓଁକାରେ ଲେଖିଲେ

ଜଗତେ ବିଖ୍ୟାତ ହେଲେ

ମୃଗସ୍ୱାମୀ ବୋଲାଇଲେ l

ତୁମେ ପଦ୍ମାସନା ଆହେ ସ୍କନ୍ଦ ମାତା

ପାର୍ବତୀଙ୍କ ଅବତାର

ଘୋର ତପସ୍ୟା ଯେ ଶିବ ପ୍ରାପ୍ତି ପାଇଁ

ନିଜକୁ ସମର୍ପି ଦେଲ

ଆହେ ସ୍କନ୍ଧ ମାତା ଜଳେ ବିରାଜିତl

ଜଗତ ଉଦ୍ଧାର କର

ସୁଖ, ସମୃଦ୍ଧିକୁ ଜଗତକୁ ଆଣି

ରୋଗ, ଶୋକ ଦୂର କର

ତୁମେ ଆଦିମାତା ମୋର  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍