STORYMIRROR

Lalita Mohan Mishra

Others

4  

Lalita Mohan Mishra

Others

ସକାଳ ଚା

ସକାଳ ଚା

1 min
362


ତୁମେ ଆଜି ଶାନ୍ତ ନିରବ... 

ଶୀତ ସକାଳ ର ଉଷୁମ ଚା ପରି... 

ଶବ୍ଦ ସବୁ ଚାହାଁନ୍ତି 

ଅନେକ କିଛି କହିବା କୁ 

କିନ୍ତୁ ଜାଡ କାଲୁଆ ଥଣ୍ଡା ରେ  ... 

ହେଲେ ତମ ଓଠର ଛୁଆଁ ରେ 

ନିରବି ଯାଏ ଏ ମନ....


ମୋ କଥା କୁହା କବିତା...

ଆଖି ବନ୍ଦ ହେଇଯାଏ 

ଆପେ ଆପେ...

ଶୀତର ଚାଦରଟା ଢାଙ୍କି ହେଇଯାଏ 

ପୁରା ଦେହରେ....

ବହଳ ଶୂନ୍ୟତା 

ଭୂମି ରୁ ଭୂମା ପର୍ଯ୍ୟନ୍ତ ... 

କେବଳ ତୁମେ ଆଉ ମୁଁ. . 

ନିଶବ୍ଦ ନିରବଧି ....


ଏକ ଲମ୍ବା ରାତି... 

କଥା ହୁଅନ୍ତି ଆମ ନୀରବତା... 

ଲେଖି ଦିଅନ୍ତି ଅଧା ଲେଖା 

ପ୍ରଣୟର ଲିପି... 

ସଜେଇ ଦିଅନ୍ତି 

ଶବ୍ଦ ସମାହାର ରେ 

ମୋହମୟ ସେହି ମୁହୂର୍ତ୍ତକୁ...


ସ୍ମୃତି ଶାମୁକାରୁ ଖୁସି ଆଣି 

ବୁଣି ଦିଅନ୍ତି ତମ

ଉଦାସୀ ମନ ଅଗଣା ରେ... 

ପରିତୃପ୍ତି ର ଏକ ଝଲକ...

ଶୀତ ସକାଳର

ଚା ପ୍ରାପ୍ତି ପରି.... !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍