STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ସିଂହଦ୍ୱାର ତୋର ମନା

ସିଂହଦ୍ୱାର ତୋର ମନା

1 min
478

ମନା କରିଦେଲୁ ସିଂହଦ୍ୱାର ତୋର

ବାଇଶି ପାହାଚ ଚଢିବା ମନା

ମନା କରିଦେଲୁ ବଡ଼ଦାଣ୍ଡ ତୋର

ଧୂଳି ଟିକେ ମୁଣ୍ଡେ ମାରିପାରେନା ।

ଚନ୍ଦନ ଯାତ୍ରାକୁ ଆସିଲୁନି କାହ୍ନୁ

ଚାପ ହେଲା ନାହିଁ ନରେନ୍ଦ୍ର ଜଳେ

କାନ୍ଦେ ପୁଷ୍କରିଣୀ, କାନ୍ଦିଲା ଧରଣୀ

ନନ୍ଦା ଭଦ୍ରା ଦୁଃଖେ ଅଧୀର ହେଲେ ।

ରଥ ଯାତ୍ରା ହେଲା ବିନା ଭକତରେ

ଭିଡ଼ିଲେ ତୋ ରଥ ସେବକମାନେ

ଭକତ ଆକୁଳ ମିଳୁ ଦରଶନ 

ହେଉପଛେ ତାହା ଦୂରଦର୍ଶନେ

ଆଡ଼ପ ବିଜେ ତୁ କଲୁ ସିନା ଧନ

ଖୁସି ହେଲୁ ଦେଖି ତୋ ମୁଖ ଶିରୀ

ଶରଧାବାଲିର ପବିତ୍ର ମାଟିକୁ

ହେଲାନି କଣାଏ ମୁଣ୍ଡରେ ମାରି

କରିଲୁ କି ଦୋଷ, ଆହେ ପୀତବାସ

ବଢ଼ିଲା କି ପାପ ଅଧର୍ମ ଏତେ

ଦେଖି ନାହୁଁ ତୋର ଶ୍ରୀମୁଖ କାଳିଆ

ଲାଗେ ବିତି ଲାଣି ଯୁଗେ କି ସତେ।

ସନ୍ତାପିତ ପ୍ରାଣ ହେ ଚକାନୟନ

ଆସୁଛି ଅବା ଯେ କେଉଁ ବିପଦ

ଆତ୍ମା ଘଟ ଛାଡ଼ି ଯିବା ପୂର୍ବରୁ କି

ଦେଖିପାରିଵିନି ମୁଖାରବିନ୍ଦ।

କେମିତି ସହୁଛୁ କାଳିଆରେ ସତେ

ଭକତଙ୍କ ଦୁଃଖ ନ କହୁ କିଛି

ପରୀକ୍ଷା ଏତେ ତୁ ନେଉଛୁ ଜଗାରେ

ଭରସା ସଭିଙ୍କ ଭାଙ୍ଗି ଯାଉଛି।

ପୃଥିବୀ କଷଣ ସହି ନ ପାରିଲେ

ଅବତାର ତୁହି ଯେ ନେଇ ଥାଉ।

ବିଳମ୍ବ ନକରି ଆସ ଅବତରି

ପ୍ରତୀକ୍ଷାର ଅନ୍ତ ଯେ ହୋଇଯାଉ।



Rate this content
Log in