Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Seetaram Dash

Others

2.5  

Seetaram Dash

Others

ସିନ୍ଦୂର

ସିନ୍ଦୂର

1 min
306


ସିନ୍ଦୂର, ସେ ନୁହେଁ ମାତ୍ର ତିନୋଟି ଅକ୍ଷର,

ସାଥୀ ସିଏ ହୃଦୟର ଜନ୍ମ ଜନ୍ମାନ୍ତର।


ନାରୀ ମଥା ଆଭୂଷଣ ସମ୍ପର୍କର ଡୋର,

ଶୋଭା ଶିରୀ ସାଧବାଣୀ ଷୋହଳ ସିଙ୍ଗାର।


ମନର ଆବେଗ ସିଏ ହୃଦୟ ସ୍ପନ୍ଦନ,

ପତିର ଶୁଭ ଆଶିଷ କାମନା ତା ଜାଣ।


ଫୁଟାଇ ହସ ଚାରୁ ଚନ୍ଦ୍ରମାର ମୁଖେ,

ହସୁଥାଏ ବଧୁ ଲିକା ଓଢଣାର ଫାଙ୍କେ।


ତା ରଙ୍ଗରେ ରଙ୍ଗାୟିତ ନାରୀର ଜୀବନ,

ଆଙ୍କିଦିଏ ଦେହ ମନେ ହଜାରେ ସପନ।


ଶଙ୍ଖା ସହ ସିନ୍ଦୂରର ନିବିଡ ସମ୍ପର୍କ,

ତା ବିହୁନେ ହୋଇଯାଏ ଜୀବନଟା ନର୍କ।


ନାରୀଟିଏ ଜାଣେ ଏକା ସିନ୍ଦୂରର ମୂଲ୍ୟ,

ସଂସାରରେ ଆଉ କିଛି ନାହିଁ ତାର ତୁଲ୍ୟ।



Rate this content
Log in