STORYMIRROR

MADHU MITA

Others

3  

MADHU MITA

Others

ସିନ୍ଦୂର ବିନ୍ଦୁ

ସିନ୍ଦୂର ବିନ୍ଦୁ

1 min
311

ସିନ୍ଦୂର ବିନ୍ଦୁ..


 ଏଇ..କଣ..ଯେ..

ଏତେ ଅଭିମାନ!!??

କଥା ହେବନି କି ସତେ..!!

କୁହ ତ.. ତୁମକୁ ମୋ ରାଣ..


ଦେଖା ହେବା ମୁହୂର୍ତ୍ତ ପର ଠାରୁ..

ଆତ୍ମିୟତା ଡୋରୀରେ ଛନ୍ଦି ଦେଇଛ..

ନିଜ ପ୍ରେମ ସ୍ନେହ ସୁଧା ସାଗରରେ..

ମୋତେ ଗୋଟା ପଣ ଭିଜେଇ ଦେଇଛ..


କେତେ ବସନ୍ତ.. ଶୀତ ବା ହେମନ୍ତ..

ଗ୍ରୀଷ୍ମ ବର୍ଷା ହେଉ.. ଅବା ଦିବସ ର ଅନ୍ତ..

ବିନିଦ୍ର ରଜନୀ ଅବା ହେଉ ସୁଖ ସ୍ବପ୍ନ..

ହେଇଛ କି କେବେ ମୋ ଠାରୁ ଭିନ୍ନ!!


ତେବେ ଆଜି କାହିଁକି ଶିଥିଳତା!!

କାହିଁ ସେ ଉଷ୍ମ ଆବିଳତା!!

ଚୁପ୍ ହେଇ ଯେ ରୁହ ନାହି..

ହୃଦ ମୋ ବିଦାରି ଋଷ ନାହି...


କିଛି ମୁହୂର୍ତ୍ତ ହଜେଇ ଦେଲି..

ଦୁନିଆକୁ ମୁଁ ସତ ମାନି ନେଲି..

ଓଃ.. ଏଥି ପାଇଁ ତେବେ ରାଗୁଛ..??

ମୋ ଉପରେ ମିଛ ମାନ କରୁଛ!!??


ସିନ୍ଦୂର ପିନ୍ଧିଲି ବୋଲି..

କଣ ଆଜି ମୁଁ ଆଉ ତୁମର ନୁହେଁ..!!??

ଦୁନିଆରେ ରହିଲି ବୋଲି..

କଣ ଆଧ୍ୟାତ୍ମିକତା ମୋର କାମ୍ୟ ନୁହେଁ..!!??


ସତ କହୁଛି..

ଏ ଭୂଲ ଆଉ କରିବିନି..

ଦୁନିଆ ମାୟାରେ ଆଉ ଭୁଲିବିନି..

ତୁମ ସେଇ ସ୍ମିତହାସ୍ୟ ହିଁ କାମ୍ୟ ମୋର..

ବାହୁ ପ୍ରସାରି.. ପୁନଃ.. କର ନିଜର..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍