ସୀତା ବିଳାପ
ସୀତା ବିଳାପ
ବାଲ୍ମୀକି ଆଶ୍ରମେ ଆଶ୍ରିତା ଜାନକୀ
ଦୁଃଖେ ହୋଇ ଅଭିଭୁତା ।
ମାନସେ ଅଙ୍କିତ ପତି ପଟ୍ଟଚିତ୍ର,
ଧନ୍ୟ ସେହି ପତିଵ୍ରତା। (୧)
ବସନ୍ତ ବିଦାୟ ନେଲାଣି ଧରାରୁ,
ଗ୍ରୀଷମ ହେଲାଣି ଶେଷ।
ବର୍ଷା ଆଗମନେ ନଭ ବିତାନରେ,
ନୀଳ ମେଘ ଆସ୍ତରଣ ।(୨)
କ୍ଷଣେ ଧରା ହୁଏ ଆଲୋକିତ କ୍ଷଣେ
ଘୋଟଇ ଅନ୍ଧାର ଘନ
ଚାତକପକ୍ଷୀଏ ଉର୍ଦ୍ଧମୁଖ ହୋନ୍ତି
ଜଳ ବିନ୍ଦୁର କାରଣ।(୩)
ବନ ରେ ମୟୁର ନୃତ୍ୟେ ବିହ୍ୱଳିତ
ଆକାଶେ ଦେଖି ବାଦଲ ,
କେକା ରାବ କରି ଜଣାନ୍ତି ସଭିଙ୍କୁ
ଆଶ୍ରା ଏକାବର୍ଷା କାଳ ।(୪)
ମେଘ କିବା ଅବା ଅଭ୍ରଖଣ୍ଡ ମାନ
ବାୟୁ ଦ୍ୱାରା ସଂଞ୍ଚାଳିତ।
ଧାଉଁଛନ୍ତି ଯେହ୍ନେ ଶିଶୁଏ ଧାଵନ୍ତି
ସ୍ଵଚ୍ଛନ୍ଦେ ଆପଣା କ୍ଷେତ୍ର ।(୫)
କ୍ଷଣପ୍ରଭା ଦିଶେ ପୁଣି ଲୁଚିଯାଏ
ମେଘ ଶବ୍ଦ ଯେ ଗମ୍ଭୀର
ଶୀତଳ ସମୀର ବହେ ଧୀର ଧୀର ,
ଅଙ୍ଗ କରି ସିହରିତ ।(୬)
ଏ ସମୟେ ରାଜବଧୂ ଅବୋଧର
ବସି କୁଟୀର ପ୍ରାଙ୍ଗଣେ ,
ବର୍ଷା ଆଗମନ ଦେଖି ତାଙ୍କ ନେତ୍ରୁ ,
ଅଶ୍ରୁ ବହେ ଅବିରତେ।(୭)
ସ୍ମୃତି ପଟେ ତାଙ୍କ ପ୍ରକାଶିଲା ଆସି ,
ଅଯୋଧ୍ୟା ର ଦୃଶ୍ୟପଟ୍ଟ।
ସୌଧ ବାତାୟନେ ଉପବିଷ୍ଠ ଥିଲେ
ନିକଟେ ଅଯୋଧ୍ୟାନାଥ।(୮)
ବର୍ଷା ଆଗମନେଧରଣୀ ର ଶୋଭା
ଗଗନ ନିରେଖି ଦେଖେ ।
ସେପ୍ରକାରେ ମୁହିଁ ସଦା ତୁମମୁଖ
ଦେଖୁଥିବି ନିରନ୍ତରେ ।(୯)
ଆଗୋ ସୀତେ ତୁମ ଘନକୁନ୍ତଳର
ଶୋଭା ଦେଖି କି ବାରିଦ
ଲଜ୍ୟାପାଇ ଦୂରେ ଲେଉଟି ଯିବ କି ??
ଈର୍ଷା ରେ ବରଷି ଯିବ।!!(୧୦)
ନୟନ ରୁ ଅଶ୍ରୁ ବହି ଯାଉଥାଏ
ଜାନକୀ କନକଦେହି
ପତି ଙ୍କ ସାନ୍ନିଧ୍ୟ ସ୍ମରି କ୍ଷଣ କ୍ଷଣ
ଦୁଃଖେ କାତର ବୈଦେହି।(୧୧)