ସିଧା କଥା-57 କବିତା: ଜୀବନ
ସିଧା କଥା-57 କବିତା: ଜୀବନ
ଭରସା କରିବା ଆଶୀର୍ବାଦ ଦେବା ଆଖିକୁ ତ ଦିଶେନାହିଁ,
ଅଜାଣତେ ଏହା ଅସମ୍ଭବକୁ ସମ୍ଭବ କରୁଥାଇ |
ମନେ ପକାଇବା ମନେ ପଡୁଥିବା ଦୁଇଟି ଅଲଗା କଥା,
ନିଜଲୋକକୁ ତ ମନେ ପକାଇବା କରନ୍ତି ଯେ ଆମ ଚିନ୍ତା |
ଆଉ କିଛିଲୋକ ବାହାରେ ଅଛନ୍ତି ସିଏ ହିଁ ପଡ଼ନ୍ତି ମନେ,
ବିପଦ ବେଳରେ ଉପକାର କରି ବଞ୍ଚାଇଥିଲେ ଯେ ଦିନେ |
ଶାଢ଼ୀ-ଅଳଙ୍କାର ଯେତେ ଥାଉ ପଛେ ପୂରେନା ନାରୀଙ୍କ ମନ,
ଆହୁରି ଅଧିକ ଲୋଡ଼ା ପୁରୁଷଙ୍କୁ ଥାଉ ପଛେ ଯେତେ ଧନ |
ବିକଳ କ୍ରନ୍ଦନ ଦୁଇପଟୁ ଶୁଭେ,ଜଣେ କାନ୍ଦେ ଭୋକପାଇଁ,
ଆଉଜଣେ କାନ୍ଦେ ହାତ-ଗୋଡ଼ ଛାଟି ଏ'ସବୁ ଖାଇବି ନାହିଁ |
ଅଭାବୀ ମାଆର କାନ୍ଦୁଥିବା ଶିଶୁ ମାଆ କ୍ଷୀର ଖାଇ ଶୁଏ,
ହାତଛଟା ଶିଶୁ ମାଆର ଚାକିରୀ ଛୁଆ କାନ୍ଦି କାନ୍ଦି ରହେ |
000
ଶୈଳଶ୍ରୀ ବିହାର, ଭୁବନେଶ୍ୱର -751021