STORYMIRROR

jyotsna mayee panda

Others

3  

jyotsna mayee panda

Others

ସିଦ୍ଧି ଦାତ୍ରୀ

ସିଦ୍ଧି ଦାତ୍ରୀ

1 min
198

ବିନ୍ଧ୍ୟାଚଳ ପର୍ବତ ରେ ମହାନନ୍ଦl ନାମେ

ତୁହି ସିଦ୍ଧିଦାତ୍ରୀ ମା ରହିଲୁ ସେ ଧାମେ

ସିଦ୍ଧି, ବୁଦ୍ଧି ପ୍ରଦାୟିନୀ ତୁହି ସିଦ୍ଧି ଦାତ୍ରୀ

ପଦ୍ମାସନେ ସ୍ଥିତ ମା ତୁହି ଆଦିଶକ୍ତି

ସିଂହ ର ପୃଷ୍ଟ ରେ ମା ଗୋ ବିଜେ କରିଥାଉ

ହରଙ୍କ ଅର୍ଦ୍ଧାଙ୍ଗିନୀ ମା ପାର୍ବତୀ ବୋଲାଉ

ଜଗତ ସର୍ଜନା କଲ ତୁମେ ସିଦ୍ଧିଦାତ୍ରୀ

ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତୁମେ କଲ ସୃଷ୍ଟି

ଲଷ୍ମୀ, ସରସ୍ବତୀ, ଆଦିଶକ୍ତି ଯେ ସର୍ଜିଲା

ତ୍ରି ଦେବ ଙ୍କୁ ତ୍ରିଶକ୍ତି ପ୍ରଦାନ ଯେ କଲ

ହର ଙ୍କ ଘରଣୀ ତୁମେ ଅର୍ଦ୍ଧନାରୀ ବେସ

ଜଗତ କୁ ସିଦ୍ଧି ଦେଲ ଆହେ ଜଗତ ମାତ

ପୃଥିବୀ ପାଳନ, ସୃଷ୍ଟି, ସଂହାର କାରଣ

ତ୍ରିଦେବ ହାତରେ ତୁମେ କଲ ସମର୍ପଣ

ଶଙ୍ଖ, ଚକ୍ର, ଗଦା, ପଦ୍ମ ଚତୁର୍ଭୁଜା ଧାରୀ

ତୁମକୁ ପୂଜିକେ ମାଗୋ ନ ରହେ ଅଇରି

ଜଗତ କୁ ଦିଅ ସିଦ୍ଧି ତୁମେ ସିଦ୍ଧି ଦାତ୍ରୀ

ସଂସାର ସୁଷମା ତୁମ ମୁଖେ ଝଟକୁଛି

ଅଷ୍ଟସିଦ୍ଧିଦାତ୍ରୀ ମା ତୁ ଆଦି ଭବାନୀ

ମୋକ୍ଷ ପ୍ରଦାୟିନୀ ମା ପର୍ବତ ନନ୍ଦିନୀ ll



Rate this content
Log in