STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ଶୂନ୍ୟହାତ

ଶୂନ୍ୟହାତ

1 min
94


ଆସିଲାବେଳେ ମୁଁ କଣ ଆଣିଥିଲି ଯେ

ଏତେ ବ୍ୟସ୍ତ ହୋଇ ଖୋଜୁଛି କାହାକୁ ସାରାଦିନ

ପ୍ରତିକ୍ଷାର ଅନ୍ତ ନାହିଁ

ପ୍ରତି ମୁହୂର୍ତ୍ତରେ ଦରାଣ୍ଡି ହେଉଥାଏ 

ସ୍ମୃତିମାନଙ୍କୁ ସମୟର କଫିନ ତଳେ ।

କାହିଁକି ଆନମନା ହୁଏ ମନ

ସବୁକିଛି ହାତ ପାହାନ୍ତାରେ ମିଳିଗଲା ପରେ ବି

ସମୁଦ୍ର ଗୋଟାକର ଶୋଷ କେବେ ସରେନି

ବରଂ ବଢିଚାଲିଥାଏ ଛୋଟ ଶିଶୁର ଉତ୍କଣ୍ଠା ଭଳି

ନୂଆ ନୂଆ ଅନୁଭୁତି ମାନଙ୍କୁ ସାଉଁଟିବାରେ ।

ଏଠି ହାତ ବଢାଇଲେ ଧରିହୁଏନି ଆକାଶକୁ

ତଥାପି ଇଚ୍ଛା କେବେ ମରେନି

ସୂର୍ଯ୍ୟ ପିଠିରେ ନାଉ ହୋଇ

ସମୁଦ୍ର ପହଁରା କେତେ ମଜା

ଯିଏ ଜାଣିଛି ସେ ହିଁ କେବଳ କହିପାରିବ ଏକା 

ଜହ୍ନରେ ଘରକରି ତାରାଙ୍କ ସହ 

ଯିଏ ବନ୍ଧୁ ବାନ୍ଧିପାରିଛି ସିଏ କହିପାରିବ ଜୀବନର ସ୍ଵାଦ

ବଞ୍ଚିବାର ରଂଗଟା କେମିତି ।

 ଏଇ ହାତରେ କେତେ ସେ

ଧରିଛି ସମୟର ପ୍ରଜାପତିମାନଙ୍କୁ

ତାର ହିସାବ ନାହିଁ

ଚିପୁଡି ଦେଇଛି କେତେ କେତେ ବୟସ ବସନ୍ତ

ମନେ ମନେ ଭାରି ଗର୍ବ କରିଛି ବଳିଷ୍ଠ ବାହୁବଳୀ ପାଇଁ

ହନୁମାନ ସାଜି ଉଡିବୁଲିଛି ସାତ ସମୁଦ୍ର 

ତୋଳିଆଣିଛି କେତେ କେତେ ବିଶାଳ ପାହାଡ 

ଆଜି କାହିଁ କିଏ କଳା ହରଣ କଲା ପରି

ସବୁ କିଛି ଶିଥିଳ ନିସ୍ତେଜ ଲାଗୁଛି 

ଆକାଶ ଯେମିତି ମୋ ଠାରୁ ବହୁତ ଦୂର

ଜହ୍ନ ତାରା ସମୁଦ୍ର ପାହାଡ ବଳିୟାନ ସାଜିଛନ୍ତି

ପାରୁନି ଆଉ ସେମାନଙ୍କୁ ଉଠବସ୍ କରି ମୋ ଚାବୁକରେ 

ହାତ ଦୁଇଟି ଅଜଣା ଭୟେ କମ୍ପିଉଠୁଛି 

ଶୂନ୍ୟକୁ ଚାହିଁଚାହିଁ

କୁଟା ଖଣ୍ଡିକ ବି ପଥର ଭଳି ଲାଗୁଛି 

ପାରୁନି ତାକୁ ଉଠାଇ 

ଉତ୍ତରା କୋହଲା ପବନେ କାହିଁ 

ଥରଥର ମୋ ହାତ ଦୁଇଟି

ଶୂନ୍ୟ ଶୂନ୍ୟ ଖାଲି ଲାଗୁଛି

ଶୂନ୍ୟ ଶୂନ୍ୟ ଖାଲି ଲାଗୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍