ଶୂନ୍ୟ
ଶୂନ୍ୟ
1 min
767
ସ୍ୱାର୍ଥର ସନ୍ଧିରେ ବନ୍ଧା ମୋର ମିତ୍ରତା
ଅନ୍ଧପୁଟୁଳିରେ ବନ୍ଧା ବି ମୋର ଶଠତା
ଏଇ ଯେମିତି
ତୋ ଆଖିର ଲୁକ୍କାୟିତ ସ୍ୱପ୍ନ
ଫେରିଚାହେଁ ଆଉକାର ଚଲାବାଟ
ପରିଧିର ସେପାରିରେ ଘରକରେ
ସେହି ନଣ୍ଡା ବରଗଛ ତଳେ
ବହଳ ବହଳ ଓହଳର ହାତ
ଶୁଖି ଥୁଣ୍ଟା ପଡିଥାଏ ସେହିପରି
ଯେପରି
ପିଶାଚୁଣି ଚାହିଁଲା ପରି ମାଟିକି
ଆକ୍ତାମାକ୍ତା ଜିଭ ତାର
ଖଟାମିଠା ବାରିଲା ବେଳକୁ
ହାରି ସାରିଥାଏ ଜୀବନର ଖେଳ
ସ୍ୱାର୍ଥ ସର୍ବସ୍ୱ ଜୀବନର ଚଲାପଥ
ଅଟକି ସାରିଥାଏ ବୁଝିଲା ବେଳକୁ
ଶଠତାର ମିତ୍ରତା ଆବୋରି ଥାଏ
ଜହ୍ନି ମୂଳରୁ ଜହ୍ନ ଯାଏ
ଶୂନ୍ୟରୁ ସୁନ ଫେଡାହେଲା ପରେ
ଖାଲି ରହିଯାଏ ଶୂନ୍ୟ ଶୂନ୍ୟ
ଆଉ ଶୂନ୍ୟ
ହଁ କେବଳ ହିଁ ଶୂନ୍ୟ....
ପ୍ରତାପ ନାୟକ
,,,,,,,,,, ୭୦୦୮୦୫୪୨୮୨
