STORYMIRROR

pratap nayak

Others

3  

pratap nayak

Others

ଶୂନ୍ୟ

ଶୂନ୍ୟ

1 min
770



ସ୍ୱାର୍ଥର ସନ୍ଧିରେ ବନ୍ଧା ମୋର ମିତ୍ରତା

ଅନ୍ଧପୁଟୁଳିରେ ବନ୍ଧା ବି ମୋର ଶଠତା

ଏଇ ଯେମିତି

ତୋ ଆଖିର ଲୁକ୍କାୟିତ ସ୍ୱପ୍ନ

ଫେରିଚାହେଁ ଆଉକାର ଚଲାବାଟ

ପରିଧିର ସେପାରିରେ ଘରକରେ

ସେହି ନଣ୍ଡା ବରଗଛ ତଳେ

ବହଳ ବହଳ ଓହଳର ହାତ

ଶୁଖି ଥୁଣ୍ଟା ପଡିଥାଏ ସେହିପରି

ଯେପରି

ପିଶାଚୁଣି ଚାହିଁଲା ପରି ମାଟିକି

ଆକ୍ତାମାକ୍ତା ଜିଭ ତାର

ଖଟାମିଠା ବାରିଲା ବେଳକୁ

ହାରି ସାରିଥାଏ ଜୀବନର ଖେଳ

ସ୍ୱାର୍ଥ ସର୍ବସ୍ୱ ଜୀବନର ଚଲାପଥ

ଅଟକି ସାରିଥାଏ ବୁଝିଲା ବେଳକୁ

ଶଠତାର ମିତ୍ରତା ଆବୋରି ଥାଏ

ଜହ୍ନି ମୂଳରୁ ଜହ୍ନ ଯାଏ

ଶୂନ୍ୟରୁ ସୁନ ଫେଡାହେଲା ପରେ

ଖାଲି ରହିଯାଏ ଶୂନ୍ୟ ଶୂନ୍ୟ

ଆଉ ଶୂନ୍ୟ

ହଁ କେବଳ ହିଁ ଶୂନ୍ୟ....

ପ୍ରତାପ ନାୟକ

,,,,,,,,,, ୭୦୦୮୦୫୪୨୮୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍