ଶୁନ ଗାଡି
ଶୁନ ଗାଡି
ଶୁନ ଗାଡ଼ି ଥିଲା ଦିନେ ସବୁରି ଶିର୍ଷରେ
ଏକମାତ୍ର ସାହାଥିଲା ଦୂର ଗମନରେ,
ବିଜ୍ଞାନର ଥିଲା ଏହା ଅନନ୍ୟ ଉଦ୍ଭବ
ଚକିତ ହେଲା ସେଦିନ ଦେଖିତା ମାନବ ।।
ଦୁଇଚକ ଫ୍ରେମ ସଙ୍ଗେ ଯୋଡାଯୋଡି ହୋଇ
ବସି ପେଡାଲ ମାଇଲେ ନିଏ ସିଏ ବୋହି,
ହାଣ୍ଡେଲ,ବେଲ୍ ଯୋଖା ସୁରମ୍ୟ ସେ ଯାନ
ବିଜ୍ଞାନ ର ଏହା ଏକ ଅଭିନବ ଦାନ ।।
କେରିଅର ଲଗାଯାଏ ପଛରେ ବସାଇ
ପ୍ରେମିକ ତା ପ୍ରେମିକା କୁ ନେଉଥିଲା ବୋହି.
ତା ପାଖରେ ଥିଲାଯାହା ଅଭୁଲା ସେ ପ୍ରେମ
ନାୟକ, ନାୟିକା ପ୍ରେମ ଅମର ଅଭିନ୍ନ ।।
ସାଇକେଲ ଚାଳନାରେ ଶରୀରେ ବ୍ୟାୟାମ
ହୋଇଥାଏ ସୁସ୍ଥ ରଖେ ଜୀବନ ଓ ମନ,
ମାନବ ଜାତିକୁ ଏହା ବରଦାନ ସମ
ବିନା ପଇସା ଖର୍ଚ୍ଚରେ ଚଳଇ ଏ ଯାନ ।।
ପକ୍ଷୀ ଯେପରି ଉଡଇ ଆକାଶ ପଥରେ
ରାଜପଥେ ଶୁନ ଗାଡ଼ି ଚଳେ ସେ ପ୍ରକାରେ,
ପୁରୁଣା ହେଲେବି ତାହା ଅଭୁଲା ଯାନ ଟେ
ପ୍ରାଧାନ୍ୟ ତା ବଳବତ୍ତର ଏବେବି ମରତେ ।।
ସ୍କୁଲ ପାଠପଢା ସାଥୀ ମୋର ସାଇକେଲ
ଅଭୁଲା ସେ ସ୍ମୃତି ମନେଥିବ ଚିରକାଳ ।।
