STORYMIRROR

Surjyakanta Dash

Others

3  

Surjyakanta Dash

Others

ଶୁଭ ସାହାନାଇ

ଶୁଭ ସାହାନାଇ

1 min
257


ଉଠ ଉଠ ଗୋ ସମସ୍ତେ ଆସୁ ପାହିଲାଣି ରାତି

ସଜକର ଝିଅକୁ ମୋ ଆମ ସମୟ ଯିବ ଯେ ବିତି।।

 ବାଜା ଆଉ ରୋଷଣୀ ପରା ଗାଆଁ ଦାଣ୍ଡେ ସୁଭିଲାଣି

ବରଯାତ୍ରୀ ନେଇ ବୋଧେ ସଜ ହୋଇ ବର ଆସିଲାଣି।।

ହୁଳହୁଳି ଶଙ୍ଖ ଆଉ ଶୁଭ ଶାହାନାଇ ଦିଅହେ ବଜାଇ

ବରଣି କରହେ ଯାଇ ବରକୁ ମୁଣ୍ଡେ ମହାର୍ଦ୍ଦ ଲଗାଇ।।

ହାତ ଗଣ୍ଠି ପଡୁଛି ଏବେ ବାହାଘର ସରିଯିବ

ହାତରେ ଶଙ୍ଖା ଆଉ ମୁଣ୍ଡରେ ସିନ୍ଦୂର ନାଇବ।।

ସକ ସକ ହୋଇ କାନ୍ଦିବ ହେଲା ବେଳେ ବିଦାୟ

ଶାଶୁ ଘରକୁ ଯାଇ ରଖିବ ନିଜ ପଣତେ ଘୋଡାଇ।।

ଧିରେ ଧିରେ ସିଖିନେବ ଯେତେ ସବୁ ଶାଶୁ ଘର କଥା

ଆପଣାର କରିନେବ ସମସ୍ତଙ୍କୁ ହେବ ଜଗତ ଜୀତା ।।

ବାପଘର ଓ ଶାଶୁଘର ହେବ ତାପାଇଁ ଯେ ସମାନ

ଦୁହିତା ବୋଲି ସିଏ ଆଣିଦେବ ଦୁଇ କୁଳ କୁ ସମ୍ମାନ ।।

     


Rate this content
Log in