Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bibhuti Bhusan Mohanty

Children Stories Classics Inspirational

4.0  

Bibhuti Bhusan Mohanty

Children Stories Classics Inspirational

ଶୁଭ ମକର ସଂକ୍ରାନ୍ତି

ଶୁଭ ମକର ସଂକ୍ରାନ୍ତି

1 min
245



ସୁରୁଜ ଦେବତା ହୁଅନ୍ତି ବକର

ଆସଇ ଯେବେ ମକର

ବସନ୍ତ ଆସିବ ଶୀତ ଲେଉଟିବ

କମିବ ହେମ କାକର ।


ଫସଲ ଅମଳ କରି ଚାଷୀକୁଳ

ଖୁସିରେ ବିଭୋର ଥାଏ

ଚୁଡା ଓ ତିଳାଉ ନାନା ମିଠା ସାଥେ

ମକର ଭୋଗ ଲଗାଏ ।


ପଞ୍ଜାବେ ଲୋହରି ବିହୁ ଆସାମରେ

ପୋଙ୍ଗଲ୍ ମଙ୍ଗଳ ଦକ୍ଷିଣେ

ପରବ ମକର ଉଡ୍ର ପ୍ରଦେଶର

ପାଳି କୋଣେ ଅନୁକୋଣେ ।


ମକର କ୍ରାନ୍ତିକୁ ଆସନ୍ତି ସୁରୁଜ

ହୁଅନ୍ତି ଦକ୍ଷିଣ ଗତି

ଦିନ ହୁଏ ବଡ଼ ରାତି ହୁଏ ଛୋଟ

ଏ ତ ସଂସାର ନୀତି ।


ବହେ ଛନଛନ ଦକ୍ଷିଣା ପଵନ

ଗୁଡି ଉଡାଇବା ବେଳ

ଉଡିବ ଉଚ୍ଚରେ ସୁତ୍ର ସଂଯୋଗରେ

ନଛାଡଇ ତା’ର ମୂଳ ।


ଆମେ ବି ସେମିତି ଗାଁ ମାଟି ଛାଡି

ରହୁ ଯଦି ସହରରେ

ଉଚ୍ଚକୁ ଉଠିଲେ ଭୁଲିବାନି ଗାଁ

ଏ ସଂସ୍କାର ଥାଉ ହୃଦୟରେ।।



Rate this content
Log in