STORYMIRROR

jagabandhu sahu

Others

4  

jagabandhu sahu

Others

ଶୁଭ କାର୍ତ୍ତିକ ପୂର୍ଣ୍ଣିମା

ଶୁଭ କାର୍ତ୍ତିକ ପୂର୍ଣ୍ଣିମା

1 min
575

ଆଶ୍ୱିନ କାର୍ତ୍ତିକ  ମାଘ ଓ ବୈଶାଖ

   ଅଟଇ ଧରମ ମାସ

ତେଣୁ ଆ କା ମା ବୈ ପାନ ଗୁଆ ଥୋଇ

   ହବିଷ କରନ୍ତି ଶେଷ


କଦଳୀ ପଟାରେ ଡଙ୍ଗା ଯେ ବନେଇ

  ଥୋଇ ପୁଣି ଦୀପ ଧୂପ

ନଦୀ ଗାଡିଆରେ  ଯତନେ ଭସାନ୍ତି

  କ୍ଷୟ ହେବା ପାଇଁ ପାପ


ଉତ୍କଳେ ସାଧବ ପୁଅଙ୍କର ପୁଣି

   ଅଛି ସେଇ ପରମ୍ପରା

ବାଲିଯାତ୍ରା ନାମେ ଜଗତେ ବିଖ୍ୟାତ

  ହସୁଛି ଆଜି ସେ ଧରା 


ପୂର୍ବେ ସାଧବାଣୀ ବୋଇତ ବନ୍ଦେଇ

  ଶଙ୍ଖନାଦ ହୁଳହୁଳି

ସାଧବ ପୁଅର ସୁରକ୍ଷା ପାଇଁ ଯେ

   ମାଆଙ୍କୁ କରନ୍ତି ଅଳି


ପବନର ଗତି  ଅନୁକୂଳ ଅଛି

  ବୋଇତ ଯାଆ ତୁ ଧିରେ

ସାହା ହୋଇଥିବୁ ମଙ୍ଗଳା ମାଆ ଲୋ

   ସାଧବ ଯିବେଟି ଦୂରେ


ଜାଭା ବାଲି ଆଉ  ସାମନ୍ତ ବାଣୁଆ

  କେତେ ଦୀପ ଯିବେ ସେଇ

ସାହାତୁ ହୋଇବୁ ମଙ୍ଗଳା ମାଆ ଲୋ

  ଯେହେତୁ ଜନନୀ ତୁହି



Rate this content
Log in