Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2.0  

Sadananda Sahoo

Others

ଶୁଭ ଅବକାଶେ ମାତୃ ପ୍ରୀତି ଭାସେ

ଶୁଭ ଅବକାଶେ ମାତୃ ପ୍ରୀତି ଭାସେ

2 mins
7.1K



ଶୁଭ ଅବକାଶେ ଶାରଦୀ ଶରତେ

ମର୍ତ୍ତ୍ୟ ବାସୀ ଖୁସି ଆଜି ,

ଦୁର୍ଗତି ନାଶିନୀ ଆସିଛକି ଜାଣି

ସୁଖ ସମ୍ଭାରରେ ମଜ୍ଜି ! !


ତବ ଆଗମନେ ସର୍ବେ ଖୁସିମନେ

ପାର୍ବଣରେ ଯା'ନ୍ତି ହଜି ,

ଭକତି ପ୍ରଶତି ଅଜାଡି ଦିଅନ୍ତି

ପାଦ ପଦ୍ମ ତଵ ପୂଜି ! !


କେତେ ସାଜସଜା ଆଲୋକର ମାଳା

ବୈଭବରେ ପୀଠ ସ୍ଥଳି ,

ଏମର୍ତ୍ତ୍ୟ ଭକତ ମାଅାର ଦାୟାଦ

ହସ୍ତେ ତା'ର ଅର୍ଘ୍ୟ ଥାଳି ! !


ଶୁଦ୍ଧ ଭକ୍ତି ଚିତ୍ତ ଭକତିର ମୀତ

ପୂଣ୍ୟ ଫଳ ଆଶିର୍ବାଦ ,

ମାଅା କଲେ ଦୟା ଘୁଞ୍ଚଇ ଦୁଃର୍ଦ୍ଦଶା

ପ୍ରାପ୍ତ ହୁଏ ସୁଖ ନିଦ ! !


ସର୍ବ ସିଦ୍ଧି ଯୋଗ ଶୁଭ ଅବକାଶ

ବେଦ ମନ୍ତ୍ର ଉଚ୍ଚାରଣେ ,

ବ୍ରାହ୍ମଣ ସନ୍ତାନ କରଇ ଗାୟନ

ଭକ୍ତିପୂତ ସମର୍ପଣେ ! !


ପୁଜା ମଣ୍ଡପରେ ମାଅା ପ୍ରୀତ ହୁଏ

ବର୍ଣ୍ଣାଢ଼୍ୟ ଉତ୍ସବ ଦେଖି ,

ସର୍ବ ସମର୍ପଣେ ଭକତି ବିଭୋରେ

ଭକ୍ତ ମଣେ ମୁଁ'ଯେ ସୁଖୀ ! !


ମାଅା ମହାମାୟୀ ସଦା କାଳଜୟୀ

ପାପପାପୀ ବିନାଶିନୀ ,

ଦେଵ ଦେବାଲୋକେ ମାଅା ହିଁ ସର୍ବାଗ୍ରେ

ମହିଂସାସୁର ମର୍ଦ୍ଦିନି ! !


ହେ'ମାଅା ସୁଦୟା ଚିରବନ୍ଦନୀୟା

ତୁମ୍ଭରି ଆଶ୍ରିତ ସର୍ବେ ,

ବିପଦେ ଆପଦେ ତଵ ନାମ ଭାସେ

ମାତୃପ୍ରୀତି ଜନରବେ ! !


ମାଅା ଦଶ ଭୁଜା ଉଡେ ତଵ ଧ୍ଵଜା

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ,

ଦୁଃଖି ସୁଖୀ ସର୍ବେ ଭକ୍ତି ଭାବନାରେ

ସୁମରନ୍ତି ସଂକଟରେ ୲ ୲


ମାଅା ତୁମେ ସାହା ହୋଇବ ସର୍ଵଦା

ଏତିକି ବିନତି ଅଳି ,

ଅଚିରେ ଘୁଞ୍ଚିବ ଦୁଃଖଦର ଚିତ୍ର

ବ୍ୟଭିଚାରୀ ପାଉ ଶୁଳି ! !


ସଦାନନ୍ଦ ସାହୁ

ଧୁରୁଷିଆ , ଆଠଗଡ , କଟକ


Rate this content
Log in