STORYMIRROR

Sadananda Sahoo

Others

3  

Sadananda Sahoo

Others

ଶୁଭ ଅଭିନନ୍ଦନ

ଶୁଭ ଅଭିନନ୍ଦନ

1 min
395

ଜଗତର ନାଥ ହୁଅହେ ସଦୟ

  ବ୍ରହ୍ମା ପ୍ରାସାଦ କୁ ମୋର ;

କୋଟି ଆଶୀର୍ବାଦ ଦିଅ ପ୍ରଭୁ ନାଥ

   ଆଜି ତା'ର ଜନ୍ମ ଦିନ !!

ମୋ ଆଖି ସପନ ବ୍ରହ୍ମା ମୋର ଧନ

   ଏତିକି ଜାଣିଥା' ପ୍ରଭୁ ;;

ଚଲାପଥ ତା'ର କୁସୁମିତ ହେଉ

   କର ଆଶୀର୍ବାଦ ବିଭୁ !!

ମୁଁ ମାଆ ରାଜଶ୍ରୀ କରୁଛି ହେ ଅଳି

   ଏତିକି କାମନା ମୋର ;;

 ସପତ୍ନୀକେ ପୁତ୍ର ହସୁ ନିରନ୍ତର

 ବେସୁରା ନ ହେଉ ସ୍ୱର !!

ମୋ ବୋହୂ ମିନତୀ ସାଜୁ ମୋ ସମ୍ପତି 

  କୁନାକୁ ଆଦର କରି ;;

ମୋ ନାତି ନାତୁଣୀ ମାମୁନୀ ଟୁଇଙ୍କିଲ

   ଓଠେ ଦିଅ ହସ ଭରି !!

 ବ୍ରହ୍ମା ବପା ମୋର ସାଜୁ ହେ କୁବେର

  ପୁତ୍ରର ସମୃଦ୍ଧି ଦେଖି ;;

 ଅଗଣୀ ର ମଣି ବ୍ରହ୍ମା ଧନ ମଣି

   ହଉ ପ୍ରଭୁ ସଦା ସୁଖୀ !!

ନୂଆ ଭୁବନର ଏ ଗାନ୍ଧୀ ନଗର  

   ଭିଟା ମାଟି ଆମ ହସୁ ;;

ଶୁଭ ଅବସରେ ଏ ଜନମ ଦିବସେ

   ପ୍ରୀତି ପୁଷ୍ପ ଖାଲି ଭାସୁ !!

ସମୃଦ୍ଧି ପରବ ଶୁଭ ଜନ୍ମଦିନ

   ଚାଳିଶ ବିଜୟ ଅଦ୍ୟ ;

ଶୁଭ ଆଶୀର୍ବାଦ ଥାଉ ସଦା ନିତ୍ୟ

  ଶତାୟୁ ହେଉ ମୋ ପୁତ୍ର !!

 ବିଶ୍ୱ ନିୟନ୍ତା ମୁଁ ତୁମରି ଆଶ୍ରିତା

  କରିବନି ହତାଦର ;

ପିଲା ପରିବାର ତଵ ହସଫୁଲ

   ଆହେ ପ୍ରଭୁ ନିରାକାର !!


Rate this content
Log in