ଶୁଆଇଦେ ମା
ଶୁଆଇଦେ ମା
ମରତେ ଆସିଛୁ ମା ଅମ୍ବିକା ତୁ
ଦଶଭୁଜା ରୂପ ଧରି,
ତୁ ପରା ଜନନୀ ମମତାମୟୀ ମା
ନେ ଦୁଃଖ ମୋର ହରି ।।
ଜୀବନଟା ଆଜି ଯଉ ଘର ଆଜି
ତାତି ହେଲେ ଯାଏ ଜଳି,
କାହିଁକି ଲୋ ମା ଖୁସି ଟିକେ ହେଲେ
ଦୁଃଖ ତାଠୁ ଯାଏ ବଳି ।।
କେତେ ଆଉ ମା କରିବି ସଂଘର୍ଷ
ଗଲିଣି ଲୋ ମା ଥକି,
କେତେ କଷ୍ଟ ଆଉ କେତେ ବା ଯନ୍ତ୍ରଣା
ମୋ ଜୀବନେ ଅଛି ବାକି ।।
କହିଦେ ଟିକେ ତୁ କପାଳେ ମୋହର
ସୁଖ ଅଛି ଅବା ନାହିଁ,
ମିଛରେ ମିଛରେ ସୁଖ ଟିକେ ପାଇ
ଅପେକ୍ଷା କରିବି କାହିଁ ।।
ନାହିଁ ଆଉ ଧୌର୍ଯ୍ୟ ମନରେ ମୋହର
ଲୁହ ମୋ ଗଲାଣି ଶୁଖି,
ମନ କରେ ମନା ଦେ ନା ଯାତନା
ଥକି ଗଲାଣି ଏ ଆଖି ।।
ସ୍ବପ୍ନ ଦିନେ ଥିଲା ସେ ଆଖି ପଲକେ
ହୃଦୟରେ ଉନ୍ମାଦନା,
କାହିଁ ଆଜି ସବୁ ହଜିଛି ସେଦିନ
ସପନ ଦେଖିବା ମନା ।।
ମାଆ ହେଇ ଯଦି ଅନ୍ତର ବେଦନା
ବୁଝିବୁନି ତୁ ମୋର,
କାହାକୁ ଆଉ ମୁଁ ଦେଖେଇବି କହ
ଯାତନା ଏ ହୃଦୟର ।।
ଥରୁଟିଏ ମା ଶୁଆଇଦେ ଟିକେ
ପଣତ ଘୋଡାଇ କୋଳେ,
ମିଳିଯିବ ମତେ ଘଡିକ ସେ ଶାନ୍ତି
ଶୋଇଯିବି ସବୁଦିନେ ।।