STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଶରତେ ସମର ସଜ୍ଜା

ଶରତେ ସମର ସଜ୍ଜା

1 min
208

ଶୁଭ ଶଙ୍ଖ ଭେରି ତୁରୀ ହୁଏ ନିନାଦିତ

ରତ୍ନଗିରି ପାଦଦେଶେ ସମର ସଜ୍ଜିତ

ହେଉଅଛି ହେବ ପରା ମହାଘୋର ରଣ

ଶରତେ ହେଲା ପାର୍ବଣ ଲଗ୍ନ ନିରୂପଣ ।।


ଦେବଦେବୀ ଦଶଭୁଜା ତ୍ରୈଲୋକ୍ୟ ମୋହିନୀ

ସମର ପ୍ରାଙ୍ଗଣେ ଉଭା ସଙ୍ଗତେ ସେନାନି

ଯୋଧ୍ରୁ ବେଶେ ମୂଷିକ ବାହାନେ ଲମ୍ବୋଦର

ଦଣ୍ଡ, ପାଶାଙ୍କୁଶ ହସ୍ତେ ଧୃତ ଧନୁଶର ।।


ଶଙ୍ଖ,ଚକ୍ର, କୃପାଣ ସମେତ ଦଶ ଭୁଜେ

ଦଶାୟୁଧ ଧରି ଦେବୀ ଉଭା ସିଂହ ପୃଷ୍ଠେ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ବରୁଣ ସହିତେ

ବାୟୁ ଅନଳ ବରୁଣ କୁବେର ଏ ଯେତେ ।।


ଗନ୍ଧର୍ବେ ମର୍ଦ୍ଦଳ ନାଦ ନିର୍ଘୋଷ ଶବଦ

ତିନିପୁର ପ୍ରକମ୍ପିତ ହୁଏ ସେହି ନାଦ

ବୀଣା ବଜାଇ ନାରଦ ଅତି କୁତୁହଳେ

ନୃତ୍ୟ କରୁଛନ୍ତି ପୁଷ୍ପ ବରଷି ବିହ୍ଵଳେ ।।


ମହିଷାସୁର ମହିଷ ବାହାନାରେ ବସି

ଗର୍ଜନ କରୁଛି ସଙ୍ଗେ ରାକ୍ଷସ ରାକ୍ଷସୀ

ଅଭିନବ ଏ ସମର ଦେବତା ଦାନବ

ରତ୍ନଗିରି ପାଦଦେଶେ ହୋଇଛି ସମ୍ଭବ ।।


ସତ୍ୟ ଯୁଗର କାହାଣୀ ଶେଷରେ ଅସୁର

ଦେବୀଙ୍କର ଶୂଳ ଘାତେ ମୃତ୍ୟୁ ହେଲା ତାର

ସେଦିନୁ ଏଯାବତ୍ ଦେବୀ ଆରାଧନା

କରି କରୁଛନ୍ତି ସର୍ବେ ଦେବୀ ବନ୍ଦାପନା ।।


ଜୟ ତୁ ମଙ୍ଗଳା ମାଗୋ ଦୁର୍ଗତିନାଶିନୀ

ଜୟ ଜୟ ବନଦୁର୍ଗା କୈଳାସବାସିନୀ

ପଦାମ୍ଵୁଜେ ଲୟ ରଖି କବି ଲେଖେ ଗୀତ

ଉଦ୍ଧାରିବୁ ଭବଭୟ ହେଉ ଦୂରୀଭୂତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍