Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ସହରର ଖରାଦିନ

ସହରର ଖରାଦିନ

1 min
6



ସହରରେ ଖରା ଦିନ ନୁହେଁ ଭିନ୍ନ

ସବୁ ଦିନ ଖରା ଦିନ

କଂକ୍ରିଟ ଘେରରେ ବିତୁଛି ଜୀବନ

ଉତ୍ତପ୍ତ ପ୍ରାଣ ଓ ପଣ

କୃତ୍ରିମ ପାଣି ପବନ ଜଳବାୟୁ

ସହ ସହରୀ ଜୀବନ

ଅଭ୍ୟସ୍ତ ହୋଇଛି ହେଉଛି ପ୍ରତ୍ୟହ

ଖରାଦିନ ର ଭ୍ରମଣ

ଘରୁ ବାହାରିଲେ ଯାନ ଓ ବାହନ 

ଖରା ବର୍ଷା ଅବା ଶୀତ ଦିନ

ଖରାର ପ୍ରକୋପ ଯେତେ ବେଶି ହେଉ

କାର୍ଯ୍ୟ ସାଧନେ ଭ୍ରମଣ

ସହରର ଖରାଦିନ ନୂଆ ନୁହେଁ

ବାର ମାସି ଖରା ଭାରି 

ସତର୍କତା ଅବଲମ୍ବନ ସ୍ବରୂପ

ଜଳ ଛତ୍ର ସେହି ପରି

ଜଳ ଛତ୍ର ପାଣି କିଏ ପିଉ ଅଛି

ଜାଣିବା ଅନାବଶ୍ୟକ

ଜଳ ଛତ୍ର ଆୟୋଜନ କାରୀ ଚିତ୍ର

ଅତି ସ୍ପଷ୍ଟ ଓ ତୀର୍ଜକ 

ପାଣି ବିନା ଜଳ ଛତ୍ର ମାଳ ମାଳ 

ସୁନ୍ଦର ତୋରଣ ସହ

ଲୋକ ଦେଖଣିଆ ସେବା ମନୋବୃତ୍ତି 

ସହରିଆ ମାୟା ମୋହ

ଥଣ୍ଡା ପ୍ରାୟ ଏକ ସାଙ୍କେତିକ ଶବ୍ଦ

ସହରରେ ଲୋକ ପ୍ରିୟ

ଗବେଷଣା ଜନିତ ଜ୍ଞାନ ଜଡ଼ିତ

ସହରିଆ ଙ୍କୁ ପ୍ରତ୍ୟୟ


ପାର୍କ ଓ କୃତ୍ରିମ ସମୁଦ୍ର କୁଳର

ଭ୍ରମ ଦୃଶ୍ୟ ସହର ରେ

ନୂଆ ପୀଢ଼ି ପାଇଁ ଖରା ଦିନ ପ୍ରିୟ

ବାହାନା ଖରା ଆଳରେ 

ଦିନ ବେଳା ଆଇସ କ୍ରିମ ପାର୍ଲର

ବିୟର ବାର୍ ପସନ୍ଦ

ସନ୍ଧ୍ୟା ବେଳେ ଆନନ୍ଦ ହିଁ ଆନନ୍ଦ

ଖରା ଦିନିଆ ଆନନ୍ଦ

କେବଳ ମଧ୍ୟାହ୍ନ ସମୟ ଅଟକ 

କର୍ମ କ୍ଷେତ୍ରେ ଅବା ଘରେ

ଅନ୍ୟ ମୁହୂର୍ତ୍ତକୁ ଭ୍ରୁକ୍ଷେପ ନ ଥାଏ

ତାପ ଉତ୍ତାପ ଆକାରେ

ମୁଣ୍ଡ ଫଟା ଖରା ହେଲେ ଅବା ହେଉ

ଘରୁ ବାହାରି ବାହାରେ

ଜୀବନ ବଞ୍ଚାଇ ରଖିବା ସଙ୍ଘର୍ଷ 

ପ୍ରତି କ୍ଷଣେ ସହରରେ


ବଜାରରେ ପ୍ରାୟ ସବୁ ଉପଲବ୍ଧ

ଛତା ଜୋତା ଆଉ ପାଣି

ବେଶି ହେଲେ ଓଦା ଗାମୁଛା ଜରୁରୀ

ଏତେ କିମ୍ପାଇ ଭାଳେଣି !!

ଅଂଶୁଘାତ ସହିତ କାଳବୈଶାଖୀ 

ଡର ପ୍ରତି ମୁହୂର୍ତ୍ତରେ

ତଥାପି ଦିନ ସାରା ବ୍ୟସ୍ତତା ସହ

ବ୍ୟସ୍ତ ସର୍ବେ ସହରରେ

ବିଭିନ୍ନ ସୁସ୍ୱାଦୁ ପକ୍ବ ଫଳ ମିଳେ

ପ୍ରାୟ ହାତ ପାଅନ୍ତାରେ

ମନ ମଧ୍ୟେ ଖରା କଥାର ବିଚାର 

ଫଳ ଦେଖି ଯାଏ ଦୂରେ

ଆମ୍ବ ତୋଟା ଆଉ କୋଇଲି ର କୁହୂ 

ନକଲି ଯଦିଓ ହୁଏ

ସହରର ବ୍ୟସ୍ତ ଜୀବନ ଯାତ୍ରା ରୁ

ଅସଲି କୁ ଭୁଲି ହୁଏ

ପ୍ରାକୃତିକ ପରିବେଶ ଘେରା ସ୍ଥଳେ

ଖରା ହେଉଛି ଅସହ୍ୟ

ପ୍ରଦୂଷଣ ଭରା ସହର ଅଞ୍ଚଳ

କିପରି କରିବ ସହ୍ୟ !!



Rate this content
Log in