STORYMIRROR

Usharani Sahoo

Others

4  

Usharani Sahoo

Others

ଶ୍ରଵଣକୁମାର

ଶ୍ରଵଣକୁମାର

1 min
267


ସାନ୍ତନୁ ମୁନି ଓ ଜ୍ଞାନ ଭକ୍ତିଙ୍କର

ଏକୋଇର ବଳା କୁମର

ପିତୃମାତୃ ଭକ୍ତି କରୁଥାନ୍ତି ନିତି

ପୁତ୍ର ଯେ ଶ୍ରଵଣକୁମାର।..(୧)

ଅନ୍ଧ ପିତାମାତା କରୁଥାଏ ସେବା

ସର୍ବଦା ହୋଇଣ ତତ୍ପର

ଜୀବନର ଵ୍ରତ ଭାଵଇ ଆଦର୍ଶ

ଧନ୍ୟ ପିତାମାତା ତାହାର ।..(୨)

ପିତାମାତାଙ୍କର ହୃଦୟକୁ ଜାଣି

ପୂଜିଥାନ୍ତି ସେ ସେ‌ହିକ୍ଷଣି

ପଦ ଯୁଗଳକୁ ଧୋଇ ଦେଇ ସେହୁ

ପାନ କରେ ଦେଵତା ମଣି।..(୩)

ଅତି ଯତନରେ ସ୍ନେହ ଶ୍ରଦ୍ଧାଭରେ

ପିତାମାତା ଆଦେଶ ମାନି

ତୀର୍ଥ ଯାତ୍ରା ପାଇଁ ଯୋଗାଡିଣ ସେହି

ସଯତ୍ନରେ ଭାରକୁ ଆଣି।..(୪)

ଶ୍ରବଣ ଭାରରେ ପିତାମାତା ରଖି

ତୀର୍ଥକୁ ହେଲେ ଅଗ୍ରସର

ନିଜ କାନ୍ଧେ ନିଜେ ଭାରକୁ ରଖିଣ

ଵୋହିଲେ ପିତାମାତା ଭାର।..(୫)

ଚାଲିଵାର ପଥେ ତୀର୍ଥଯାତ୍ରା କ୍ଷେତ୍ରେ

ପିତାମାତା ତୃଷାର୍ତ୍ତ ହୋଇ 

ବ୍ୟାକୁଳ ମୁଁ ହୁଏ କଣ୍ଠ ଶୁଖିଯାଏ

ଆଦେଶେ ଜଳ ଆଣଯାଇ।..(୬)

ଘଞ୍ଚ ଅରଣ୍ୟରେ ଜଳ ସନ୍ଧାନରେ

ତତ୍ପର ଶ୍ରଵଣକୁମାର

ଖୋଜି ଖୋଜି ସେହି ପହଞ୍ଚିଲେ ଯାଇ

ସରୋଜ ନଦୀର କୂଳର।..(୭)

ଆହା କି ନିର୍ମଳ ଦିଶଇ ସୁଢଳ

ସୁନ୍ଦର ଜଳରାଶି ତାର

କେତେ ପଶୁପକ୍ଷୀ ତୃଷ୍ଣା ମେଣ୍ଟିଥାନ୍ତି

ଲାଗଇ ଅମୃତର ଜଳ।..(୮)

ନଦୀର ଜଳକୁ ଦେଖିଣ ଆଗ୍ରହେ

ଶ୍ରବଣ ଶୀଘ୍ର ଚଳିଗଲେ

ମାଠିଆରେ ଜଳ ତ୍ୱରିତ ନେଇକି

ତୃଷ୍ଣା ମେଣ୍ଟାଇବି ଭାବିଲେ।..(୯)

ଏହା ଭାବି ସେହୁ ମାଠିଆକୁ ନେଇ

ନଦୀର ଜଳେ ଵୁଡାଇଲେ

କଳ କଳ ଶଦ୍ଦ ଶୁଣି ଦଶରଥ

ମନରେ ଆଶଙ୍କା ସେ କଲେ।..(୧୦)

ବିଚିତ୍ର ବିଧାନ ନାହିଁ ତା'ର ଆନ

ଅତି ଗର୍ବରେ ହତ ଲଙ୍କା

ସୁଯୋଗ୍ୟ ସନ୍ତାନ ପାଇଁ ମୁନିବର

ଗର୍ବ କରିଣ ପିତାମାତା।..(୧୧)

ମୃଗୟା ବିହାର ପାଇଁ ଆସିଥିଲେ

ଶିକାର ଯେ ପାଇଗଲେ

ପାଣି ଶଦ୍ଦ ଶୁଣି ମୃଗ ମନେକରି

ଶରକୁ ସଜାଡ଼ି ଧରିଲେ।..(୧୨)

କିଛି ବି ସୋଚନା ନକରି ଚିତ୍ତରେ

ଶଦ୍ଦଭେଦୀ ଶର କଲେ

ମାନବ ଚିତ୍କାର ଶୁଣି ମହାରାଜା

ନଦୀ କୂଳକୁ ଧାଇଁ ଗଲେ।..(୧୩)

ଦେଖିଣ ଶ୍ରବଣ ଆର୍ତ୍ତ ଚିତ୍କାରରେ

ଡାକୁଅଛି ଯେ ତ୍ରାହି ତ୍ରାହି

ଅଯୋଧ୍ୟା ନରେଶ ରାଜା ଦଶରଥ

ପହଞ୍ଚିଲେ ପାଶେ ଯାଇ।..(୧୪)

ରଘୁକୂଳ ରାଜ ସୂର୍ଯ୍ୟ ବଂଶ ଜାତ

ଆହାକି ଅଧର୍ମ ମୁଁ କଲି

ନ୍ୟାୟ ପଥେ ଯାଇ ଅଧର୍ମ ରାସ୍ତାକୁ

କାହିଁକି ମୁଁ ଵାଛିନେଲି?..(୧୫)

ନର ହତ୍ୟା ଆଜି ହେଲା ମୋର ହସ୍ତେ

ଶାସନରେ ଲାଗିଲା ଦାଗ

ଶ୍ରବଣ ବକ୍ଷରୁ ଶରଟିକୁ କାଢ଼ି

ଲିଭିଗଲା ଶ୍ରବଣ ଦୀପ।..(୧୬)

ଏକଥା ଶୁଣିଣ ମୁନି ପିତାମାତା

ଦୁଃଖରେ ସେ ଅସ୍ଥିର ହେଲେ

ପୁତ୍ର ପ୍ରେମେ ଅନ୍ଧ ହୋଇ ପିତାମାତ

ଦଶରଥଙ୍କୁ ଶାପ ଦେଲେ।..(୧୭)

ପୁତ୍ର ବିନା ଆମ୍ଭେ କେମିତି ବଞ୍ଚିବୁ

ନାହିଁ ଆମର ପ୍ରୟୋଜନ

ପୁତ୍ର ଝୁରି ଝୁରି ପ୍ରାଣ ଯିବ ଝଡ଼ି

ଆହେ ରଘୁକୂଳ ରାଜନ।..(୧୮)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍