STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଶ୍ରୀରାମ

ଶ୍ରୀରାମ

1 min
607

ଶ୍ରବଣ ସହିତ ମାଠିଆଏ ପାଣି

ଧରିକି ଅଯୋଧ୍ଯା ପତି

ଚାଲିଲେ ଆଶ୍ରମ ଯେଉଁଠାରେ ଥିଲେ

ଅନ୍ଧମୁନି ସେ ଦମ୍ପତି।


ବିନମ୍ରତା ପୂର୍ବ ପାଣିକୁ ଯାଚିଲେ

ପିଅନ୍ତୁ ମୁନି ପ୍ରବର

ତୃଷ୍ଣା ନିବାରଣ କରି ତୁଷ୍ଟ ହୋଇ

ବିଶ୍ରାମ ହେଉ ରାତ୍ରିର।


କଥନ ଶ୍ରବଣ ଭିନ୍ନ ଏକ ଭାଷା

ଅନ୍ଧ ମୁନିଙ୍କର ହେଲା

କିଏ ତୁମେ ବାପା ପାଣି ଆଣିଅଛ

ଶ୍ରବଣ କୁଆଡେ଼ ଗଲା।


ସତ୍ଯତା ନ କହି ରହି ପାରିଲେନି

ରାଜା ଦଶରଥ ଏବେ

ମିଥ୍ଯା ତ କହିବା ପାପ ହୋଇଥାଏ

ଖଣ୍ଡା ପରି ଏଇ ଭବେ।


ବିନୟ ବଚନ ଶୁଣାଇଲେ ରାଜା

ମୋ'ଦେଇ ହତ୍ଯା ହୋଇଲା

ଅଜାଣତେ ଶଦ୍ଦଭେଦୀ ତୀର ଯାଇ

ଶ୍ରବଣ ଜୀବନ ନେଲା।


ଦୁଃଖର ନଈଟି ତକ୍ଷଣେ ବହିଲା

ଦୁଇ ଗଙ୍ଗା ଓ ଯମୁନା

ମୁଣ୍ଡେ ହାତ ଥୋଇ ଅଭିଶାପ ଦେଲେ

ଆମ ପରି ହେବ ସିନା।


ପୁତ୍ରର ବିୟୋଗେ ସଢି଼ବ ନିଇତି

ମୃତ୍ଯୁକାଳେ ପାଇବନି

ପୁଅପୁଅ ହୋଇ ଜୀବନ ହାରିବ

ପାଖରେ ନ ଥିବେ କେହି।


ଏତିକି କଥନ ତୁଣ୍ଡରୁ ବାହାରି

ପଡି଼ଲା ଅନ୍ଧ ମୁନିଙ୍କ

ଟଳି ପଡି଼ଗଲେ ତାଳଗଛ ପରି

ଉଡି଼ଲା ଆତ୍ମାଟି ତାଙ୍କ।


ଅଜ୍ଞାତରେ ଗଲା ତିନୋଟି ଜୀବନ

ସାମ୍ନାରେ ତାଙ୍କରି ଆଗେ

ଲୁହ ଓ କୋହରେ ଅନୁତାପେ ସଢି଼

ଫେରିଲେ ଘରକୁ ବେଗେ।


ମନ ହୃଦୟରେ ବସା ବାନ୍ଧିଗଲା

ଭାବନା କାହିଁରେ କେତେ

ଅପୁତ୍ରିକ ମୁହିଁ ପୁତ୍ରର ବିୟୋଗେ

ମରିବି କେମିତି ସତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍