STORYMIRROR

Jagannath Barik

Others

3  

Jagannath Barik

Others

ଶ୍ରୀପତି ପଦାବ୍ଜେ ବିନତି

ଶ୍ରୀପତି ପଦାବ୍ଜେ ବିନତି

1 min
184

ସିତ ଅସିତ ପୀତ ତ୍ରିବର୍ଣ୍ଣେ ବିରାଜିତ ଜଗତପତି ଶିରୀପତି

କମ୍ବୁ କଟକ ପତି ବିଶ୍ୱ ବ୍ରାହ୍ମଣ୍ଡପତି ମର୍ତ୍ତ୍ୟ ବୈକୁଣ୍ଠପୁର ପତି

ସେ ବେଦପତି ନାଭି କମଳୁ ଉତପତି

     ଶଙ୍କରେ ଅଭେଦ ପୀରତି

ଦେବ ଦେବାଧିପତି ଅମରାଙ୍ଗନା ତତି ପୟରେ ସଦା ପ୍ରଣମନ୍ତି |(1)


ବ୍ରହ୍ମଦାରୁ ମୂରତି କୃପା ସରିତପତି ସରିତପତିଜା ସମ୍ପତ୍ତି 

ନୀଳାଦ୍ରି ଅଧିପତି ବେଶପ୍ରିୟ ଭୂପତି ସାମନ୍ତପଣେ ଉଡ଼େ ଛତି 

ସେ ମହାଶକ୍ତି ମାରୁତି ଅରୁଣ ବିପତି

     ଭୂଷଣ୍ଡି ମାର୍କଣ୍ଡେୟ ଯତି

ବିମଳା ଜଗଦ୍ଧାତ୍ରୀ କମଳା ପଡ଼ି଼ଦାତ୍ରୀ ସେବିତ ଗାୟତ୍ରୀ ଭାରତୀ |(2)


ଅଗତି ଜନ ଗତି ଦରଗଢ଼ା ମୂରତି ବିଶ୍ୱ ବିସ୍ମୟ ବିଶ୍ୱପତି

ଚଉବର୍ଗ ଦିଅନ୍ତି ଭକତ ପ୍ରିୟ ଅତି ରାଜରାଜେଶ ଚକ୍ରବର୍ତ୍ତୀ

ସେ ସଦାସକ୍ତି ରମଣୀଗଣେ ଅନୁରକ୍ତି

     ରସିକବର ରସପତି

ଶ୍ରୀରାଧା ରସାନନ୍ଦ ସରସ ମକରନ୍ଦ ଅଙ୍ଗ ଆଶ୍ଳେଷ ବଶବର୍ତ୍ତୀ |(3)


ଗୀତା ଜ୍ଞାନ ବ୍ୟୁତ୍ପତି କଳପତରୁ ପତି ନିର୍ମାଲ୍ୟ ପତି ବର୍ଣ୍ଣ ପତି

ଧନ ଜ୍ଞାନାଧିପତି ଷଡ଼ ଐଶ୍ଵର୍ଯ୍ୟ ପତି ସୁନ୍ଦର ଚତୁର୍ଦ୍ଧା ମୂରତି

ହେ ଘଟ ପତି ଅଣୁରୁ ଅନ୍ତରୀକ୍ଷ ଗତି

     ଭୂମିରୁ ଭୂମା ଯା ଵ୍ୟାପତି

ପ୍ରଣମେ ଜଗନ୍ନାଥ ମୋ ପ୍ରଭୁ ଜଗନ୍ନାଥ !ଦାସାନୁଦାସେ ରଖ କତି |(4)



Rate this content
Log in