STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଶ୍ରୀ ଗୁରୁ

ଶ୍ରୀ ଗୁରୁ

1 min
224

ଶ୍ରୀ ଗୁରୁ ଚରଣେ ପ୍ରଣାମ କରୁଛି କରି ମୁହିଁ ମଥାନତ,

ଅଜ୍ଞାନ ଅନ୍ଧାର ଦୂର କରିଦେଇ ମନୋବଳ କର ଶକତ..!!


ମନେ ପଡେ ଆଜି ସେଇ ପୁରୁଣା ଦିନ ବାଲ୍ୟକାଳ ପାଠ କଥା,

କୁପଥୁ ଫେରାଇ ଆକଟେ ଆମକୁ କରିଲେ ଜଗତଜିତା..!!


ଅଜ୍ଞାନ ତିମିର ଦୂର କରି ତୁମେ

ଶିକ୍ଷାର ଆଲୋକ ଦେଲ,

ତୁମ ତ୍ୟାଗ ଆଉ ଉପଦେଶ ସବୁ

ଅଟେ ଅମୂଲ ମୂଲ..!!


ଶ୍ରୀ ଗୁରୁ ଆଶିଷେ ସଫଳତା ମିଳେ

ଲାଭ ହୁଏ ମାନ ସମ୍ମାନ,

ଗୁରୁ ଆମ ପ୍ରଭୁ ଗୁରୁ ଆମ ଗର୍ବ

ଗୁରୁ ଆମ ଅଭିମାନ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍