STORYMIRROR

Sahadev Behera

Others

4  

Sahadev Behera

Others

ଶ୍ରୀ ଗୁଣ୍ଡିଚା

ଶ୍ରୀ ଗୁଣ୍ଡିଚା

1 min
56


ରାଜା ଇନ୍ଦ୍ରଦ୍ୟୁମ୍ନ ମହୋଦଧି କୂଳେ 

     ଗଢିଲେ ଶିରିମନ୍ଦିର 

ବୃଦ୍ଧ ବେଶୀ ନିଜେ  ନିର୍ମାଣିଲ ପ୍ରଭୁ 

     ରୁଦ୍ଧ କରି ଯେ ଦୁଆର ll

      

ଅଧାଗଢ଼ା ହୋଇ  ରହିଗଲ ବିଶ୍ବେ 

     ଲେଖିଥିଲା ଯାହା ବିହି 

ବରଷକେ ଥରେ   ଟାଣନ୍ତି ଭକତେ 

     ରଥ ଉପରେ ବସାଇ ll


ତ୍ରିଭୁଵନ ଲୋକେ ଦେଖନ୍ତି ଏ ଲୀଳା 

      ଅପୂର୍ବ ସେ ଶୋଭାକାନ୍ତି 

ଆଷାଢ ଶୁକଳ ଦ୍ବିତୀୟାରେ ଯାତ

     ଶ୍ରୀ ଗୁଣ୍ଡିଚା ନାମେ ଖ୍ୟାତି ll


ମାଉସୀ ମାଆର କୋଳେ ରହି ପ୍ରଭୁ 

      ନଅ ଦିନ ବିତାଇବ

ବଡ ଭାଇ ସଙ୍ଗେ ଭଉଣୀ ସୁଭଦ୍ରା 

      ପୋଡ଼ପିଠା ଖାଉଥିବ ll

      

ଗୁଣ୍ଡିଚା ରାଣୀଙ୍କ ମନରଖି ପ୍ରଭୁ 

     ଫେରିବ ଶିରିନଅର 

ଧନ୍ୟ ପ୍ରଭୁ ତୁମ  ମାନବୀୟ ଲୀଳା 

     ଧନ୍ଯ ମହିମା ଅପାର ll

 


Rate this content
Log in