STORYMIRROR

Anam Charan Sahoo

Others

5.0  

Anam Charan Sahoo

Others

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
13.5K


ଆହେ ପ୍ରଭୁ ଗଜାନନ ଛନ୍ଦା ଚରଣେ ମୋ ମନ

ଦୀନ ଅକିଞ୍ଚନ ନର,ମାୟାରେ ବନ୍ଧା

ତୁମେ ପରା ଗଣ ଈଶ ବୁଦ୍ଧି ସିଦ୍ଧି ତୁମ ବଶ

ପଣ୍ଡିତ ହିତେ ତୁମରି ପୟର ଛନ୍ଦା

ସେହି ପାଦେ ବିନତି ମୋର

ବିଘିନ ବିନାଶ କରି ବିପଦ ହର।

ତୁମ ପରି ନିଷ୍ଠା ପାଳି ଜୀବନ ଦେବି ମୁଁ ବଳି

ପିତାମାତା ବେନି ଜନେ ଦେବତା ମାନି

ଗଣଙ୍କର ତୁମେ ପତି ସ୍ଥିର କରି ସଦା ମତି

ତନୁ ମନେ ନ ଚିନ୍ତିବି କାହାରି ହାନି

ହୋଇ ତୁମ ପାଦ କିଙ୍କର

ଅମୃତରେ ଭରି ରହୁ ବଚନ ମୋର।

କରତବେ ଦେଇ ଲୟ ମାନବ ପଣେ ଅଜୟ

ଦେଶ ଜାତି ସେବା କରି ଯାଉ ଜୀବନ

ଗୁରୁଜନ ଆଶୀର୍ବାଦ ସଦା ଚିନ୍ତି ଗୁରୁ ପାଦ

ବଢାଇବି ନିଜ ମାଆ ମାଟିର ମାନ

ପିତା ଯା'ର ଭୋଳା ଶଙ୍କର

ଭକତି ସୁମନେ ପୂଜେ ତାଙ୍କ ପୟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍