ଶ୍ରୀ ଗଣେଶ
ଶ୍ରୀ ଗଣେଶ


ଜୟ ଜୟ ଶ୍ରୀ ଗଣେଶ
ବିଘ୍ନ ବିନାଶନ ପ୍ରଭୁ ଗଜାନନ
ତୁମର କୃପାରେ ସଫଳତା ମିଳେ
ଦିଅ ବିଦ୍ୟା ବୁଦ୍ଧି ଜ୍ଞାନ ।।
ଏକ ଦନ୍ତ ଗଣପତି
ତୁମ ପୂଜାରେ ଅଭୀଷ୍ଟ ପ୍ରାପ୍ତି
କରାଅ ସବୁ ବିଘ୍ନ ହରଣ ।
ମାତା ପାର୍ବତୀ ହାତେ ଗଢିଲେ
ବାବା ଶିବଙ୍କଠୁ ବର ପାଇଲେ
ତୁମ ପୂଜା ପରେ ଅନ୍ୟ ।।
ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ
ବିଧି ବିଧାନେ ପୂଜା କରନ୍ତି
ବିଦ୍ୟାର୍ଥୀ ଓ ସଭିଜନ ।
ବିଦ୍ୟା ଆରମ୍ଭରେ ତୁମ ଚରଣେ
ଖଡ଼ି ଛୁଆଁ କଲେ ମନ ଓ ଧ୍ୟାନେ
ସଫଳ ହୁଏ ତା ଜୀବନ ।।
ନଡ଼ିଆ, କାକୁଡ଼ି, ରାଶି ଲଡୁ
ନୈବେଦ୍ୟ ଭାବେ ପାଶେ ବାଢୁ
ହୋଇଥାଏ କଳସ ସ୍ଥାପନ ।
ଫୁଲ, ଦୀପ, ଧୂପ, ଅକ୍ଷତ
ଘିଅ, ଦୁବ, ପଞ୍ଚାମୃତ
କରି ଅର୍ପଣ କରୁ ଆବାହନ ।।
ବାପା, ମା ଶ୍ରେଷ୍ଠ କଲ ପ୍ରମାଣ
ତାଙ୍କ ସହ କେ ନୂହେଁ ସମାନ
ମୂଷିକ ବାହାନେ କରି ଭ୍ରମଣ ।
ଗଣେଶ ଗାୟତ୍ରୀ ନିତି
ସବୁ ବିଦ୍ୟାର୍ଥୀ କରିଲେ ସ୍ତୁତି
ମନ ବାଞ୍ଛା ହୁଏ ପୂରଣ ।।
ଆସିଲେ ବିପତ୍ତି ହେ ଗଣପତି
ଦେଇ ଥାଅ ଜ୍ଞାନ ବୁଦ୍ଧି
ତ୍ରାହି କରି ଥାଅ ଦୁରେଇ ବିଘ୍ନ ।
ହେ ବିନାୟକ ଶୁଣ ମୋ ଡାକ
ପାର କରି ଦିଅ ଖାଲ ଢିପ
ତୁମ ବିନା ମୋର ନାହିଁ କେ ଆନ ।।