ଶ୍ରେଷ୍ଠ ମୋ ପିତା
ଶ୍ରେଷ୍ଠ ମୋ ପିତା
ସୃଷ୍ଟି ରେ ଯେ ତମେ , ସ୍ରଷ୍ଟା ଯେ ମୋହରି
ହେ! ପୂଜ୍ୟ ପରମ ପିତା l
କି ଦେଇ ଲେଖିବି, ଶବ୍ଦ ପାଉନାହିଁ
ତମେ ହିଁ ତୋ ଶିକ୍ଷା ଦାତା ll୧
ଗଢ଼ିଛ ଯେ ମୋତେ,ନିହାଣ ମୁନରେ
ନିଜ ହାତେ ପିଟି ପିଟି l
ନିଜ ରକ୍ତ ଦେଇ, ଦେଲ ଯେ ରଙ୍ଗେଇ
ନିଜ ସୁଖ କରି ମାଟି ll୨
ଦୁନିଆ ଆଗରେ, କରିବାକୁ ଜଣେ
ବୁହାଇ ଚ କେତେ ଲୁହ l
ନିଜର ଦୁଃଖକୁ, ଚାପି ହସୁଥାଅ
ମନେ ଭୋରି କେତେ କୋହ ll୩
ନଖାଇ ଯେ ମୋତେ ,ଖୁଆଇଛ କେତେ
କରିବାକୁ ବଳବାନ l
ସ୍ବପ୍ନ ଥିଲା ତୁମ ,ହେବି ମୁଁ ଉତ୍ତମ
ଦୁନିଆରେ ବଳୀୟାନ ll୪
ଚାଲି ଶିଖାଇଲ ,ହାତ କୁ ଯେ ଧରି
ପଡ଼ିଲେ ନେଲ ଯେ ଧରି l
କଣ୍ଟାରେ ଚାଲିବା ,ଶିଖାଇଲ ତୁମେ
ଯେମିତି ନ ଯିବି ହାରି ll୫
ବୁଲାଇଛ କେତେ ,ବସାଇ ଯେ ପଛେ
ଦ୍ଵି ଚକ୍ର ଯାନେ ତୁମର l
କୋଶ କୋଶ ବାଟ ,ପେଡେଲ ମାରିଛ
ଖୁସି ପାଇଁ କି ଯେ ମୋର ll୬
ଦୁନିଆରେ ନାହିଁ ,ତୁମ ପରି କେହି
ହେ! ପୂଜ୍ୟ ପିତା ମୋହର l
ସ୍ରଷ୍ଟା ସାଜି ତୁମେ, କରିଛ ଯେ ସୃଷ୍ଟି
ଚରଣେ ସ୍ଥାନ ତୁମର ll୮