STORYMIRROR

Niranjan Mishra

Others

4  

Niranjan Mishra

Others

ଶ୍ରବଣକୁମାର

ଶ୍ରବଣକୁମାର

2 mins
422

ତ୍ରେତୟା ଯୁଗର କଥା ଇଏ

ଶ୍ରବଣକୁମାର ନାମଟି ତାହାର

ଅନ୍ଧକ ମୁନିଙ୍କ ପୁଅ ସିଏ ।


ଅନ୍ଧ ପିତା ମାତା ବୃଦ୍ଧ ବୃଦ୍ଧା

ତାଙ୍କ ସେବା ରତ ଶ୍ରବଣକୁମାର

ଜୀବନରେ ତାର ଥାଏ ସଦା।


ତୀର୍ଥାଟନ ପାଇଁ କଲେ ମନ

ବାହୁଙ୍ଗୀ ଭାରରେ କାନ୍ଧରେ କାନ୍ଧେଇ

ଶ୍ରବଣ ଚଳିଲେ ଦିନୁ ଦିନ।


ସରଯୂ ନଦୀର ତୀରେ ଥିଲେ

କଳସୀଟି ଧରି ପାଣି ଆଣିବାକୁ

ଶ୍ରବଣ ରାତ୍ରରେ ଯାଇଥିଲେ।


କଳସୀ ପାଣିରେ ବୁଡାଇଲେ

ଅଯୋଧ୍ୟା ରାଜନ ଦଶରଥ ନିଜେ

ଶିକାର ଉଦ୍ଦେଶ୍ୟେ ପହଞ୍ଚିଲେ।


ଅନ୍ଧକାରେ କିଛି ନ ଦିଶଇ

ଶବ୍ଦଭେଦୀ ବାଣ ପ୍ରହାରିଲେ ଭାବି

ମୃଗ ଆସିଥିବ ପାଣି ପିଇ ।


ବାଣ ଶ୍ରବଣଙ୍କ ହୃଦୟରେ

ବାଜିଲା ଶ୍ରବଣ ଚିତ୍କାର କରିଲେ

ଟଳି ପଡିଲେ ସେ ସେହିଠାରେ।


ରାଜା ଦଶରଥ ତହିଁ ଗଲେ

ଶ୍ରବଣକୁମାର ମୁନି ପୁତ୍ର ଦେଖି

କି କଲି କି କଲି ଘାରି ହେଲେ।


ଶ୍ରବଣ ପୁଚ୍ଛିଲେ କିଏ ତୁମେ

ନିରପରାଧକୁ କାହିଁକି ମାରିଲ

କି ଲାଭ ପାଇଲ କହ ତୁମେ ।


ଦଶରଥ ରାଜନ କହନ୍ତି

ମୃଗୟା ବିନୋଦେ ଆସିଥିଲି ଆଜି

ଅଯୋଧ୍ୟାର ମୁହିଁ ନରପତି ।


ଦୋଷ କ୍ଷମ ମୋର ମୁନିସୁତ

ଅକ୍ଷମଣୀୟ ମୋ ପାତକ କ୍ଷମିବ

ଅଜ୍ଞାନେ କଲି ତୁମକୁ ହତ।


ଶ୍ରବଣ କହିଲେ ରାଜା ଶୁଣ

ମାତା ପିତା ଅନ୍ଧ ଅନ୍ଧୁଣୀ ମୋହର

ତୃଷାର୍ତ୍ତ , ରଖ ତାଙ୍କ ଜୀବନ ।


ଜଳ ଟିକେ ନେଇ ତାଙ୍କୁ ଦିଅ

ଜୀବନ ତାଙ୍କର ରକ୍ଷା ହେଉ

ମୋର ଛାତିରୁ ଏ ଶର କାଢିନିଅ।


ମାତା ପିତାଙ୍କୁ ମୋ ସବୁ କହ।

ମୋ ବିନା ତାଙ୍କର ଜୀବନ ରକ୍ଷଣ

ଲାଗୁଛି ମୋତେ ବଡ ସନ୍ଦେହ ।


ଅତି ଦୁଃଖୀ ରାଜା ସନ୍ତର୍ପଣେ

ଶର କାଢି ଜଳ କଳସୀରେ ଧରି

ମିଳିଲେ ମୁନିଙ୍କ ସନ୍ନିଧାନେ।


ଶୋକଭରେ ସବୁ ନିବେଦିଲେ

ସୁତ ଯାର ହତ ତା ପିତା ମାତାଙ୍କୁ

କେ କି ପ୍ରବୋଧନା ଭଲେ ।


ଅନ୍ଧମୁନି ଦେଲେ ଅଭିଶାପ

ସୁତକୁ ସୁମରି ଜୀବ ଯିବ ରାଜା

ଘେନ ଆମ ଏଇ ଅଭିଶାପ ।


ସଜାଡ ଏବେ ଚିତା ଅନଳ

ପତି ପତ୍ନୀ ସୁତ ତିନିଙ୍କୁ ସେ ଦହୁ

କଥା ରହିଥାଉ କାଳ କାଳ।


ରାଜନ କରିଲେ ସେହିପରି

ମାତୃପିତୃ ଭକ୍ତ ଶ୍ରବଣକୁମାର

ସଭିଙ୍କ ମନରେ ଛନ୍ତି ପୂରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍