ଶ୍ରବଣ କୁମାର
ଶ୍ରବଣ କୁମାର
ମାତୃପିତୃ ଭକ୍ତ ଶ୍ରବଣ କୁମାର
ଯୁଗ ଯୁଗର ଅମର କଥା ,
ଦୃଷ୍ଟିହୀନ ବାପା ମାଆଙ୍କର ମନବାଞ୍ଛା
ପୂର୍ଣ୍ଣ କରିବାକୁ ଥିଲା କଥା ।
ମନ କରିଥିଲେ ପୁତ୍ର ଲାଭ ହେଲେ
ତୀର୍ଥ କରିଯିବେ ସାଥେ ,
କପାଳ ମନ୍ଦରେ ଦୃଷ୍ଟି ହୀନ ହେଲେ
ପୁତ୍ର ସାହା ହେଲେ ପଥେ ।
ଯୁବକ ଶ୍ରବଣ ଭାରା ବାନ୍ଧି କାନ୍ଧେ ,
ପିତାମାତାଙ୍କୁ ଭାରାରେ ଧରି
ତୀର୍ଥ ଭ୍ରମଣରେ ବାହାରି ପଡିଲେ
ନାନା ତୀର୍ଥସ୍ଥାନ ଘୁରିଘୁରି ।
ଘଟଣା କ୍ରମରେ ରାଜା ଦଶରଥ
ଯାଇଥିଲେ ମୃଗୟା ବିନୋଦେ ,
ତୃଷାର୍ତ୍ତ ମାତା ଙ୍କ ତୃଷ୍ଣା ହରଣ ନିମିତ୍ତ
ଜଳ ଭରୁଥିଲେ ଶ୍ରବଣ ହାତେ ।
ଶବ୍ଦ ଭେଦି ବାଣ ପେଶିଲେ ଦଶରଥ
ଭାବିଥିଲେ କେହି ପଶୁ ,
ତୃଷ୍ଣା ମେଣ୍ଟାଉଛି ଜଳ ମଧ୍ୟେ ପଶି
ଶୀକାର କରିବେ ତାକୁ ।
ବିଧିର ବିଧାନ ଥିଲା ଟି ବିଚିତ୍ର
ବାଣ ଭେଦିଲା ଶ୍ରବଣ ଛାତି,
ରାଜା ଦଶରଥ ହୋଇ ମ୍ରିୟମାଣ
କରିଲେ ଯାଇ ବିନତି ।
ପାଣି ଗାଗରୀକୁ ଧରିଥିଲେ ସାଥେ
ଶ୍ରବଣର ଶବ ସହ ,
ପ୍ରବେଶିଲେ ଯାଇ ବ୍ରାହ୍ମଣଙ୍କ ପାଶେ
ଜଣାଇଲେ ନିଜ କୋହ ।
ପୁତ୍ର ମୃତ ଶୁଣି ବ୍ରାହ୍ମଣ ଦମ୍ପତ୍ତି
ଦେଇଗଲେ ଅଭିଶାପ ,
ପୁତ୍ର ବିରହରେ ରାଜା ଦଶରଥ
ଭୋଗିବେ ନିଜର ପାପ ।
ସେଇ ଯେ ଶ୍ରବଣ କୁମାରର ମୃତ୍ୟୁ
ଅଭିଶାପ ଫଳିଥିଲା ,
ପୁତ୍ର ବିଚ୍ଛେଦରେ ଦଶରଥଙ୍କର
ମରଣ ଯେ ଘଟିଥିଲା ।
