ଶ୍ରାବଣରେ ସଉତୁଣୀ
ଶ୍ରାବଣରେ ସଉତୁଣୀ
1 min
428
ମନେ ଅଛି ଠିକ ତିଥି , ଲଗ୍ନ ଆଉ ବାର,
ଯେବେ ତୁମେ ଥିଲ ଖୁବ ନିକଟରେ ମୋର,
ଆକାଶ ଗର୍ଭରୁ ଝରୁଥିଲା ଅମାନିଆ ବର୍ଷା,
ବର୍ଷା ବି ଆମ ପ୍ରେମ ଦେଖି କରୁଥିଲା ଇର୍ଷା।
ସେଥିପାଇଁ ବରଷି ବରଷି ମୁଷଳ ଧାରେ,
ପ୍ରେମିକା ପଣିଆ ତା'ର ଜାହିର ସେ କରେ।
ନିଶବ୍ଦ ରାଜରାସ୍ତାରେ ମୁଁ ଆଉ ତୁମେ,
ଚାଲୁଥିଲି ତୁମ ବାହୁ ଧରି ଧିମେ ଧିମେ ।
ଆଜି ବି ସେଇ ତିଥି,ଲଗ୍ନ,ବାର ଉପସ୍ଥିତ,
ଖଣ୍ଡ ଖଣ୍ଡ ମେଘରେ ନଭ ବି ସୁସଜ୍ଜିତ।
କିନ୍ତୁ ପାଶେ ନାହିଁ ମୋ ମନର ମଣିଷ,
ଖାଲି ତା ସ୍ମୃତିରେ ଫୁଟେ ମୋ ଓଠେ ହସ।
ମେଘ ମଧ୍ୟ ଅପଲକେ ରହିଅଛି ଚାହିଁ,
ମୋ ପ୍ରିୟ ବିନୁ ଯମା ସେ ବରଷିବ ନାହିଁ।
ସ୍ମୃତିରେ ମୁଁ ଖୋଜେ ତାଙ୍କୁ ପାଶେ ପାଉ ନାହିଁ
ଶ୍ରାବଣରେ ସଉତୁଣୀ ଆଉ ଝରୁନାହିଁ।
