STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ଶ୍ରାବଣ ତୁମେ

ଶ୍ରାବଣ ତୁମେ

1 min
186

କେବେ ନିଦାଘ କ୍ଷତର ମଲମ, 

ପ୍ରେମ ବିଧୁର ହୃଦୟ ମରମ,

ଜାଳିଦିଅ କେଉଁ ଅଜଣା ବହ୍ନିରେ, 

ତୁମେ ସାରିଦିଅ ସବୁ ସରମ।


ଲାଜେ ଭିଜିଯାଏ କୁଆଁରୀ ମନ, 

ଆଶା ଜାଗିଉଠେ ପ୍ରିୟ ମିଳନ,

ଥରି ଉଠେ ହୃଦତନ୍ତ୍ରୀ ଅକାରଣେ, 

ଭାଙ୍ଗେ ଗଢ଼େ କେତେ ସପନ।


ତୁମେ ନୃତ୍ୟାଙ୍ଗନା ଏକ କୁଶଳୀ, 

ସମ୍ଭାବନାର ଶଙ୍ଖ ଓ କାହାଳୀ

ସବୁଜ ସମ୍ଭାର ସମ୍ବାଦ ବାହକ, 

ସାଥେ ଧରି ଆସ ଘନ ବିଜୁଳି।


କେବେ ଛପି ଛପି ଆସ ସଧିରେ, 

ଝଡ଼ ତୋଫାନ ଲୁଚେଇ ସାଥିରେ,

ଉଜାଡ଼ି ପକାଅ ଅସଂଖ୍ୟ ସଂସାର, 

କେତେ ଆଖି ଭିଜିଯାଏ ଦୁଃଖରେ।


ତୁମେ ଫେରିଯାଅ ବେଳ ସରିଲେ, 

କିଛି ତୃପ୍ତି ଓ ଅତୃପ୍ତି ଭିତରେ,

ଫେରିବାର କଥା ଦେଇଯାଇ ପୁଣି, 

ଠକି ଚାଲ ଆଉ କେଉଁ ସହରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍