ଶପଥ
ଶପଥ
1 min
107
ବାପଘର ପୁଞ୍ଜି ସବୁ ମୁଁ ବରଜି
ତୁମ ହସ୍ତେ ଦେଲି ହସ୍ତ
ତୁମେ ମୋ ଦେବତା ତୁମେ ମୋ ବିଧାତା
କୈଶୋର ହୋଇଲା ଅସ୍ତ ।
ଦୁଇକୁଳ ହିତା ଅଟେ ମୁଁ ଦୁହିତା
ପିତ୍ରାଳୟ ଯାଏ ଛାଡି
କର୍ମ ଭୂମି ମୋର ନିଜ ଶାଶୁଘର
ସୁଖେ ଯିବି ପାଦ କାଢି ।
ଦିଅରକୁ ମୋର ଭାଇର ସମ୍ମାନ
ନଣନ୍ଦ ଭଗୀନି ପରି
ମୋ ଶାଶୁ ଶ୍ବଶୁର ପିତାମାତା ସମ
ସ୍ବାମୀ ମୋ ଦେବତା ସରି ।
ହୋଇ ଅର୍ଦ୍ଧାଙ୍ଗିନୀ ଜୀବନ ସଙ୍ଗିନୀ
ଚଳାଇ ସଂସାର ନାବ
ସ୍ବାମୀ ସେବା କରି ହେବି ଭବୁ ପାରି
ପାଦପଦ୍ମେ ରଖି ଭାବ ।
ଆଗୋ ମୋର ପ୍ରିୟ ହୋଇଣ ସଦୟ
ଶପଥ କର ମୋ ପାଶେ
ଦଶଗୋଟି ଦୋଷ କ୍ଷମିବ ଅବଶ୍ୟ
ଅବଳା ମୁଖରେ ଭାଷେ ।
