STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Others

3  

ସୌମ୍ଯ ରଞ୍ଜନ ମହାପାତ୍ର

Others

ଶୋଷଣର ଶୀକାର ଶିଶୁ

ଶୋଷଣର ଶୀକାର ଶିଶୁ

1 min
140

ଛୋଟିଆ ଶିଶୁ ମୁଖୁ ଯେବେ ଝରଇ ହସ,

ସେଇ ହସ ସଭିଙ୍କୁ କରି ପାରଇ ବଶ।

ଯେବେ ଜଣା ଯାଏ ସେ ଅଟଇ କନ୍ୟା ଭ୍ରୁଣ,

ଜନ୍ମ ଲଭିବା ଆଗୁ ତା ହୁଅଇ ମରଣ।।

ଗରୀବ ଘରେ ଜନମିଲେ ଅଧିକ ଝିଅ,

ଛୁଟିଥାଏ ଦୁଃଖ କଷ୍ଟ କଷଣର ସୁଅ।

ଅଭାବେ ପଡ଼ି ଛୋଟ ଶିଶୁ ଖଟେ ଦାଦନ,

ପିଲାବେଳ ଖୁସି ହୁଅଇ ସାତ ସପନ।।

କେହି କେହି କହନ୍ତି ମାଆ ନାହିଁ ଯାହାର,

ଦୁନିଆରେ ସାହା କେହି ନାହିଁରେ ତାହାର।

ମାତା ବଦଳେ ଯଦି ଯେବେ ଆସେ ବିମାତା,

ସବୁ କଷଣ କପାଳେ ଲେଖେରେ ବିଧାତା।।

ଆଜିର ଶିଶୁ ପରା କାଲିର ଭବିଷ୍ୟତ,

ବଢ଼ାଇବ ଦେଶ ଆଉ ଜାତିର ମହତ।

କରିବାରେ ଆମେ ନିଇତି ଶିଶୁର ରକ୍ଷା,

ଶିଶୁ ବଞ୍ଚିଲେ ଆମଦେଶ ହୋଇବ ସୁରକ୍ଷା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍